Saturday , August 20 2022
Breaking News
Home / ବିଶେଷ / କନସଲଟାନ୍ସି ନାଁରେ ଦେହ ବ୍ୟବସାୟ

କନସଲଟାନ୍ସି ନାଁରେ ଦେହ ବ୍ୟବସାୟ

ଭୁବନେଶ୍ୱର,୨୫/୧୦/୨୦୨୧(ଓଡ଼ିଶା ସମାଚାର)- ମଞ୍ଚେଶ୍ବର ଥାନା ସତ୍ୟ ବିହାର ଅଞ୍ଚଳରେ ଥିବା ଏକ କନସଲଟାନ୍ସି ନାଁରେ ଚାଲିଥିଲା ଦେହ ବ୍ୟବସାୟ । ଅଭିଯାଗ ପାଇ ଉକ୍ତ ଲକ୍ଷ୍ମୀ କନସଲଟାନ୍ସି ଉପରେ କମିଶନରେଟ୍ ପୋଲିସ ଚଢାଉ କରି ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିବା  ସହ ଜଣେ ଦଲାଲକୁ ଗିରଫ କରିଛି । ଅନ୍ୟ ଜଣେ ବାଡ ଡେଇଁ ଫେରାର ହୋଇଯାଇଥିବା ଜଣାପଡିଛି । ଗିରଫ ହୋଇଥିବା ଦଲାଲ ର ନାମ ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ଏହି ସ୍ଥାନରେ କନସଲଟାନ୍ସି ନାଁରେ ଦେହ ବ୍ୟବସାୟ ଚାଲିଥିବା ନେଇ କମିଶନରେଟ୍ ପୋଲିସ ଜଣେ ଯୁବତୀଙ୍କ ଠାରୁ  ଅଭିଯୋଗ ପାଇଥିଲା । ଅଭିଯୋଗ ପାଇବା ପରେ ଉକ୍ତ ସ୍ଥାନରେ ଚଢାଉ କରାଯାଇଥିଲା । ଚଢ଼ାଉ ସମୟରେ କିଛି ଆପତି ଜନକ ଜିନିଷ ଜବତ କରାଯିବା ସହିତ କନସଲଟାନ୍ସି ର କୌଣସି ପ୍ରମାଣ ମିଳିନଥିଲା ।ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।ମଂଚେଶ୍ୱର ଥାନା ଅଧିକାରୀ ଏହାର ତଦନ୍ତ କରୁଛନ୍ତି । ଆବଶ୍ୟକ ହେଲେ ଏହାକୁ ବେଶ୍ୟାଳୟ ଘୋଷଣା କରାଯିବାକୁ ସୁପାରିଶ କରାଯିବ ବୋଲି ଡ଼ିସିପି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.