Monday , October 2 2023
Breaking News
Home / କ୍ରୀଡ଼ା / ଋତୁପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର

ଋତୁପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୫/୧୦/୨୦୨୧(ଓଡ଼ିଶା ସମାଚାର)- ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର  । ଇମ୍ଫା ପରିଚାଳିତ “ଇମ୍ଫାକ୍ଟ’ ଦ୍ୱାରା ୧୯୯୩ରେ ପ୍ରତିଷ୍ଠିତ ସମ୍ମାନଜନକ ଏକଲବ୍ୟ ପୁରସ୍କାର ୨୦୨୧ବର୍ଷ ପାଇଁ ଋତୁପର୍ଣ୍ଣାଙ୍କୁ ମିଳିବ  । ଏକଲବ୍ୟ ପୁରସ୍କାର ଜୁରୀ କମିଟିରେ ଋତୁପର୍ଣ୍ଣାଙ୍କ ନାଁ ଚୟନ କରାଯାଇଛି । ପୁରସ୍କାର ସ୍ୱ୍ୱରୂପ ଋତୁପର୍ଣ୍ଣାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର ମିଳିବ  । ସେହିଭଳି ଫୁଟବଲ୍ ଖେଳାଳି ପ୍ୟାରୀ ଖାଖା ଓ ସାଇକେଲ ଚାଳିକା ସ୍ୱସ୍ତି ସିଂ ଉପବିଜେତା ହୋଇଛନ୍ତି । ଉଭୟ ପ୍ୟାରୀ ଓ ସ୍ୱ୍ୱାସ୍ତିଙ୍କୁ ୫୦ ହଜାର ଲେଖାଏଁ ପୁରସ୍କାର ଏବଂ ମାନପତ୍ର ମଧ୍ୟ ମିଳିବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *