ପାରାଦୀପ ୨୫/୧୦/୨୦୨୧(ଓଡ଼ିଶା ସମାଚାର)- ଇଂଟରନ୍ୟାସନାଲ୍ ଗୋସୋକୋ-ରିଓ ଡୁ ଆସୋସେସନ୍ ପକ୍ଷରୁ ସୋମବାର ଦିନ ବେଲ୍ଟ ଟେଷ୍ଟରେ ଉତୀର୍ଣ୍ଣ ହୋଇଥିବା ସଫଳ କରାଟେକାମାନଙ୍କୁ ବେଲ୍ଟ ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା । ରାଜ୍ୟ ସଂପାଦକ ତଥା ମୁଖ୍ୟକୋଚ୍ ସଂଜୟ ସହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚଳିତ ବେଲ୍ଟ ଟେଷ୍ଟରେ ସାରାନ୍ସ କୁମାର, ସ୍ରିଷ୍ଟି ସିଂହ୍ ଓ ବୈଷ୍ଣବୀ ହାନ୍ସଦା କୃତିତ୍ୱର ସହ ବ୍ଲାକ୍ ବେଲ୍ଟ ହାସଲ କରିଛନ୍ତି । ସେହିପରି ଅନ୍ୟ ତିରିଶ ଜଣ କରାଟେକାଙ୍କୁ କଲର ବେଲ୍ଟ ପ୍ରଦାନ କରାଯାଇଥିଲା । ବେଲ୍ଟ ପ୍ରଦାନ ସମାରୋହରେ ଅତିଥି ଭାବେ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ଦିପକ କୁମାର ଦାସ ଯୋଗ ଦେଇ ବେଲ୍ଟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆଇଜିକେର ପରିଚାଳନା ସଂପାଦକ ସଂଜୟ କୁମାର ମିଶ୍ର । ସହଯୋଗ କରିଥିଲେ କରାଟେ କୋଚ୍ ସୁବାସ ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଅଭିଭାବକ, ଅଭିଭାବିକାମାନେ ଯୋଗ ଦେଇ ଉତ୍ସାହିତ କରିଥିଲେ । ଓଡ଼ିଶା ସମାଚାର