Wednesday , December 1 2021
Breaking News
Home / ଶିକ୍ଷା / ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀ ଗୃହ ଶିକ୍ଷା ଆରମ୍ଭ

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀ ଗୃହ ଶିକ୍ଷା ଆରମ୍ଭ

ଗରଦପୁର :୧୧୧୧ଜଣଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୮୬୫ଜଣ ଉପସ୍ଥିତ
ଗରଦପୁର ୨୫/୧୦/୨୦୨୧(ଓଡ଼ିଶା ସମାଚାର)- ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଆଜି ବିଦ୍ୟାଳୟ ଶ୍ରେଣୀଗୃହରେ ଶିକ୍ଷା ଦାନ ଆରମ୍ଭ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଦୀର୍ଘ ୧୮ ମାସ ବ୍ୟବଧାନ ପରେ ଶ୍ରେଣୀଗୃହରେ ଶିକ୍ଷାଦାନ କରାଯାଉଥିବାରୁ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀମାନେ ତତ୍ପରତା ପ୍ରକାଶ କରିଛନ୍ତି । ପାଟକୁରା ଠାରେ ଥିବା ଗରଦପୁର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ଯେ,ଏହି ବ୍ଲକରେ ୩୬ଗୋଟି ସରକାରୀ ବିଦ୍ୟାଳୟ ଓ ୨ଗୋଟି ସରସ୍ୱତୀ ଶିଶୁ ମନ୍ଦିର ମିଶି ମୋଟ ୩୮ଗୋଟି ବିଦ୍ୟାଳୟରେ ୧ହଜାର୧୧୧ଜଣ ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷା ବର୍ଷରେ ୮ମ ଶ୍ରେଣୀରେ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ଆଜି ଶ୍ରେଣୀ ଗୃହ ଶିକ୍ଷା ଦାନ ପାଇଁ ୮୬୫ଜଣ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିଥିଲେ । ଯାହାକି ଶତକଡା ୭୮ ଭାଗ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିଥିଲେ । ପାଟକୁରା ହାଇସ୍କୁଲରେ ୮ମ ଶ୍ରେଣୀରେ ମୋଟ ୭୩ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଆଜି ୫୯ଜଣ ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହରେ ଶିକ୍ଷା ପାଇଁ ବିଦ୍ୟାଳୟକୁ ଆସିଥିବାର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ପ୍ରକାଶ କରିଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପ୍ରବେଶ କରିବା ସମୟରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ମୁହଁରେ ମାସ୍କ ବାନ୍ଧିବା,ହାତକୁ ସାନିଟାଇଜ୍ କରିବା ଓ ଥର୍ମାଲ ସ୍କ୍ରିନ୍ ରେ ଛାତ୍ରଛାତ୍ରୀ ମାନଙ୍କ ଶରୀରର ଉତାପ ମାପ କରାଯାଇଥିଲା । କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ଚନ୍ଦନ,ସିନ୍ଦୁର ପିନ୍ଧାଯାଇଥିବାବେଳେ,କେତେକ ସ୍ଥାନରେ ଛାତ୍ରଛାତ୍ରୀମାନଙ୍କୁ ଫୁଲ ପ୍ରଦାନ କରାଯାଇଥିଲା । ଗରଦପୁର ବ୍ଳକ୍ର ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ଆଜି ବ୍ଳକ୍ର ପରକଣା ୟୂଜିୟୂପି ସ୍କୁଲ,ଗରଦପୁର ସରକାରୀ ସ୍କୁଲ,ନଇନ୍ଦିପୁର ସରକାରୀ ସ୍କୁଲ ଓ ଜଗନ୍ନାଥପୁର ୟୂଜିୟୂପି ସ୍କୁଲ ପରିଦର୍ଶନ କରିବା ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କୋଭିଡ୍ ନିୟନ ପାଳନ କରୁଛନ୍ତି କି ନାହିଁ ତଦାରଖ କରିଥିଲେ । ଆଜି ଶ୍ରେଣୀ ଗୃହରେ ପିଲାମାନଙ୍କ ମନରୁ ଶିକ୍ଷା ସମ୍ପର୍କରେ ଭୟ ଦୂର କରିବା ପାଇଁ ପିଲାମାନଙ୍କୁ ଗୀତ,ଚିତ୍ରାଙ୍କନ ଓ କୋଭିଡ୍ ସମୟରେ ଘରେ କିପରି ସମୟ ଅତିବାହିତ କରିଥିଲେ ସେ ସମ୍ପର୍କରେ ଶିକ୍ଷକ/ଶିକ୍ଷୟତ୍ରୀମାନେ ଆଲୋଚନା କରିଥିଲେ । ଆସନ୍ତା ଦୁଇ ଦିନ ମଧ୍ୟରେ ପିଲାମାନଙ୍କର ବୋଧଗମ୍ୟତା ପରିକ୍ଷା କରାଯାଇ ବେସ୍ ଲାଇନ୍ ପ୍ରସ୍ତୁତି କରାଯାଇ ଶ୍ରେଣୀ ବିଭକ୍ତ କରାଯିବା ପରେ ଶିକ୍ଷା ଦାନ କରାଯିବା ସମ୍ପର୍କରେ ପାଟକୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପାଣି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବୟସ ଜାଲିଆତି କରି ଶିକ୍ଷୟିତ୍ରୀ ଚାକିରୀ କରିଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଜନୈକ ଶିକ୍ଷୟିତ୍ରୀ ନିଜ ବୟସକୁ ଜାଲିଆତି କରି ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ଉଚ୍ଚ ପ୍ରାଥମିକ …

Leave a Reply

Your email address will not be published. Required fields are marked *