Monday , November 29 2021
Breaking News
Home / ବିଶେଷ / ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକୋତ୍ସବ – ଓଡିଶାର କଳା, ସଂସ୍କୃତି ଓ ସାହିତ୍ୟକୁ ପରିପୃଷ୍ଠ କରିଛି କେନ୍ଦ୍ରାପଡା ମାଟି

ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକୋତ୍ସବ – ଓଡିଶାର କଳା, ସଂସ୍କୃତି ଓ ସାହିତ୍ୟକୁ ପରିପୃଷ୍ଠ କରିଛି କେନ୍ଦ୍ରାପଡା ମାଟି

କେନ୍ଦ୍ରାପଡ଼ା, ୨୪/୧୦/୨୦୨୧(ଓଡ଼ିଶା ସମାଚାର)-ଓଡିଶାର କଳା, ସଂସ୍କୃତି ଓ ସାହିତ୍ୟକୁ ପରିପୃଷ୍ଠ କରିଛି କେନ୍ଦ୍ରାପଡା ମାଟି । କେନ୍ଦ୍ରାପଡା ମାଟିରେ ଜନ୍ମ ନେଇଥିବା ଯୋଗଜନ୍ମା କବି, ଲେଖକ, ସାହିତି୍ୟକ ଓ କଳାକାର ବ୍ୟକ୍ତିତ୍ୱମାନେ ଓଡିଆ ଭାଷା ସାହିତ୍ୟ, କଳା ଓ ସଂସ୍କୃତି ଜଗତକୁ ରୁଦ୍ଧିମନ୍ତ କରିପାରିଛନ୍ତି ବୋଲି ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୩ତମ ବାର୍ଷିକୋତ୍ସବର ଆଲୋଚନାଚକ୍ର, ପୁସ୍ତକ ଲୋକାର୍ପଣ, ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ପର୍ବ ଓ ସାଂସ୍କୃତିକ ସମାରୋହରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଏହି ଉପଲକ୍ଷେ ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନକରି କହିଥିଲେ ଯେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ପରିପୃଷ୍ଟ କରୁଥିବା ଲେଖକମାନଙ୍କ ରଚିତ ପୁସ୍ତକ ଗୁଡିକ ଉନ୍ମୋଚିତ କରି ମୁଁ କୃତଜ୍ଞ । ଓଡିଆ ଭାଷା ବହୁ ପ୍ରାଚୀନ, ଏହାର ଐତିହ୍ୟ ଓ ସଂସ୍କୃତି ବହୁ ପୁରାତନ । ସେହି ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପରିପୃଷ୍ଟ କରିବା ପାଇଁ ଯେଉଁ ଲେଖକମାନେ ସେମାନଙ୍କ ଲେଖନୀ ଚାଳନା ଜାରି ରଖିଛନ୍ତି ସେମାନଙ୍କୁ ମୁଁ ପ୍ରଣାମ କରୁଛି । ଏହି ଅବସରରେ ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡାରେ ଏକ ସାହିତ୍ୟ ଓ ସଂସ୍କୃତି ବଗିଚାର ପ୍ରତିଷ୍ଠା କରାଯିବା ସହ ସେହି ବଗିଚାରେ ସାହିତ୍ୟ ଓ ସଂସ୍କୃତିକୁ ପରିପୃଷ୍ଟ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ପ୍ରତିମୂର୍ତି ସ୍ଥାନିତ ହେବ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ ଯେ କେନ୍ଦ୍ରାପଡା ମାଟି କଳା ଓ ସଂସ୍କୃତିର ମାଟି । ଆମ ମାଟିର ସାହିତ୍ୟ , କଳା ଓ ସଂସ୍କୃତିକୁ ଓଡିଶା ତଥା ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଚଳାଇଥିବା ପ୍ରଚେଷ୍ଟା କେନ୍ଦ୍ରାପଡାକୁ ଗୌରବାନ୍ୱିତ କରିଛି । ମୁଖ୍ୟବକ୍ତା ଭାବେ ଓଡିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇ ସାହିତି୍ୟକମାନେ ବର୍ତବ୍ୟନିଷ୍ଠ ଭାବେ ସମାଜର ହିତ ପାଇଁ ସାହିତ୍ୟ ସୃଷ୍ଟିରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ଯୋଗଦେଇ କହିଥିଲେ  ଯେ ଜଣେ କଳାକାର ଓ ସାହିତି୍ୟକର ଜୀବନ ଦୁର୍ବିସହ ହୋଇଥିଲେବି ସେହିମାନଙ୍କ ଠାରୁ ସୃଷ୍ଟି ହୋଇଥାଏ ଅନବଦ୍ୟ କଳା ଓ ସାହିତ୍ୟ । ବାଲେଶ୍ୱର ମାଟିରେ ଜନ୍ମ ହୋଇଥିଲେ ବି କେନ୍ଦ୍ରାପଡା ମାଟି ମୋତେ କଳା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି  । ସ୍ୱର୍ଗତ ଅନନ୍ତ ଓଝାଙ୍କ ଭଳି ନାଟ୍ୟକାରଙ୍କ ଲେଖା ସାରା ଓଡିଶାକୁ ରୁଦ୍ଧିମନ୍ତ କରିପାରିଛି । ସମ୍ମାନିତ ଅତିଥି ଭାବେ କବି ସଞ୍ଜୟ ରଥ ଓ କବି ଯୁଧିଷ୍ଟିର ଖଟୁଆ ଯୋଗଦେଇ ବିଶ୍ୱ ଦରବାରରେ ସାହିତ୍ୟ ପଦଯାତ୍ରାର ଆଜିର ଉତ୍ସବରେ ରାଜଶ୍ରୀ ପ୍ରଥମ ସ୍ୱପାନ ପକାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ସମାଜସେବୀ ରାଜେଶ ପଣ୍ଡା, ଅଧ୍ୟାପକ ଡଃ. ଶ୍ରୀଧର ସାମଲ, ଆଇନଜୀବୀ କୁଞ୍ଜ ବିହାରୀ ପରିଡା, ଶିକ୍ଷାବିତ ପ୍ରଣବ କୁମାର ଜେନାଙ୍କ ସମେତ ବହୁ ସାହିତି୍ୟକ, ଶିକ୍ଷାବିତ, କବି, ଲେଖକ ଓ ସମାଜସେବୀମାନଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ରାଜଶ୍ରୀର ମୁଖପତ୍ର ସମେତ ବହୁ ଲେଖକଙ୍କ ପୁସ୍ତକ ଗୁଡିକର ଲୋକାର୍ପଣ କରାଯାଇଥିଲା । ସଂସଦର ସମ୍ପାଦକ ଆଶୁକବି ହେମନ୍ତ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ସହ ମଂଚ ସଂଚାଳନ କରିଥିଲେ । ଭଗବତୀ ବିଦ୍ୟାପୀଠର ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ବରାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ବ୍ୟଙ୍ଗକବି ଅପର୍ତୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଭାବଗ୍ରାହୀ କଳା ନିକେତନର ଛାତ୍ରୀମାନେ ପ୍ରାରମ୍ଭିକ ଓ ସ୍ୱାଗତ ସଂଗୀତ ଗାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *