Saturday , June 3 2023
Breaking News
Home / ବିଶେଷ / ଭଗବତୀ ଥିଲେ ଓଡିଆ ସାହିତ୍ୟରେ ଯୁଗସ୍ରଷ୍ଟା –  ସାହିତ୍ୟ ଘରର ସାହିତ୍ୟ ଆସରରେ ଆଲୋଚନା ଚକ୍ର

ଭଗବତୀ ଥିଲେ ଓଡିଆ ସାହିତ୍ୟରେ ଯୁଗସ୍ରଷ୍ଟା –  ସାହିତ୍ୟ ଘରର ସାହିତ୍ୟ ଆସରରେ ଆଲୋଚନା ଚକ୍ର

କେନ୍ଦ୍ରାପଡ଼ା, ୨୪/୧୦/୨୦୨୧(ଓଡ଼ିଶା ସମାଚାର)-ଭଗବତୀ ପାଣିଗ୍ରାହୀ ଥିଲେ ଓଡିଆ ସାହିତ୍ୟରେ ବୈପ୍ଲବିକ ଚେତନାର ବାର୍ତାବହ । ତାଙ୍କର କାଳଜୟୀ ରଚନା ଗୁଡିକ ଶ୍ରେଣୀ ସଂଘର୍ଷ ଓ ତା’ର ପରିଣତି ପର୍ଯ୍ୟବେଶିତ ଥିଲା । ମାତ୍ର ୩୫ ବର୍ଷର ସଂକ୍ଷିପ୍ତ ଜୀବନ କାଳ ମଧ୍ୟରେ ନିଜର ଶାଣିତ ଲେଖନୀ ପାଇଁ ସେ ସାହିତ୍ୟ ଜଗତରେ ଏକ ନୂତନ ଧାରା ସୃଷ୍ଟି କରି ଯୁଗ ପ୍ରବର୍ତକର ମର୍ଯ୍ୟାଦା ଲାଭ କରିପାରିଛନ୍ତି ବୋଲି ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୭୮ତମ ସ୍ମରଣ ଦିବସ ଉପଲକ୍ଷେ ଆୟୋଜିତ “ଓଡିଆ ସାହିତ୍ୟକୁ ଭଗବତୀଙ୍କ ଅବଦାନ” ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପବ୍ଲିକ ରିଡିଂ ରୁମ୍ ପରିସରରେ ସଂଗଠନର ସଭାପତି ଗାଳ୍ପିକା ଅବନ୍ତୀ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସାହିତ୍ୟିକ ଡଃ. ବାସୁଦେବ ଦାସ, ପ୍ରାଧ୍ୟାପକ ଅଜୟ ସାମଲ, କିଶୋର ନ୍ୟାୟ ପରିଷଦ ସଭ୍ୟ ରବୀନ୍ଦ୍ର ପ୍ରସାଦ ଜେନା, ଅମର ପ୍ରସାଦ ରାଉତ, ରମଣୀରଞ୍ଜନ ରାଉତରାୟ, ରଣଧୀର ଜେନା, ନିରଞ୍ଜନ ପରିଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମ୍ପାଦକ ଆଦିକନ୍ଦ ରାଉଳ ପ୍ରାକ୍ ସୂଚନା ଦେଇ ଭଗବତୀଙ୍କ ସାହିତ୍ୟିକ ଜୀବନର ପୃଷ୍ଠଭୂମି ଓ ସାଂଗଠନିକ ଦକ୍ଷତା ସଂପର୍କରେ ଆଲୋକପାତ କରିଥିବାବେଳେ ଶୈଳବାଳା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବି ଶୈଳଜା ଶଙ୍କର ସାମଲ, ଅଶୋକ ସାହୁ ଓ ନିରୂପମା ଦାସଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ କବି ସ୍ୱପ୍ନାଂଶୁ ଦାସ, ନୃସିଂହ ତ୍ରିପାଠୀ, ଶରତ କୁମାର ରାଉତ, ଅଧର ଚନ୍ଦ୍ର ଜେନା, ସୁବାସ ଚନ୍ଦ୍ର ପାତ୍ର, ଅବଧୂତ ରାଉତ, ଗୀତାଞ୍ଜଳି ନାୟକ ଚିତରଞ୍ଜନ ମହାନ୍ତି, ଧରଣୀଧର ଜେନା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.