କଟକ ସଦର, ୨୪/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ବ୍ଲକ ଵିଜୁ ଯୁଵ ଛାତ୍ର ଜନତା ଦଳ ପକ୍ଷରୁ ପ୍ରହରାଜପୁର ପଞ୍ଚାୟତ ନାରଦା ଉର୍ଦୁ ସ୍କୁଲ ପରିସରରେ ଆଜି ରବିବାର ଏକ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତଦାନ ଶିବିରକୁ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରା ଉଦ୍ଘାଟନ କରି ରକ୍ତଦାତା ଜୀଵନଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ୟ୍ୟକାରୀ ସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ସମର ବେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା,ସଦର ଯୁଵ ଵିଜେଡି ସଭାପତି ହିମାଂଶୁ ଦାଶ,ଵ୍ଲକ ଯୁଵ ସଭାପତି ଚିତ୍ତରଂଜନ ବେହେରା, ଛାତ୍ର ସଭାପତି ସତ୍ୟସିଧାନ୍ତ ଦାସ, ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲ୍ଲିକ, ସରପଞ୍ଚ ରୂପଶ୍ରୀ ସାହୁ,ଜିଲା ମହିଳା ସଭାନେତ୍ରୀ ସୁଭଦ୍ରା ଦାସ, ମହମ୍ମଦ ରୁସ୍ତମ୍,ଵାରଦା ସରପଞ୍ଚ ରମେଶ ସାହୁ, ସୋମନାଥ ସାହୁ,ଵ୍ଲକ ମିଶନ ଶକ୍ତି ସଂଯୋଜକ ଶରତ ରାୟ,ଵ୍ଲକ ଜୀଵନ ବିନ୍ଦୁ ସଂଯୋଜକ ଇନ୍ଦୁ ଭୂଷଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଏହି ଅଵସରରେ କିଶନନଗର ପଞ୍ଚାୟତ ଓଡ଼ପଡ଼ା ଗରାଶୁଣି ଠାରେ ଵିଧାୟକ ଚନ୍ଦ୍ର ସାରଥି ବେହେରା ପୂର୍ଵତନ ସରପଞ୍ଚ ଛତ୍ରପତି ସିଂହ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ଗ୍ରାମ ହଭାରେ ଯୋଗ ଦେଇଥିଲେ। ଗ୍ରାମରେ ନିର୍ମାଣଧିନ ଗରାଶୁଣୀ ମନ୍ଦିରର ପୂର୍ଣ୍ଣାଙ୍ଗ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ବିଧାୟକ ସଭାରେ ଘୋଷଣା କରିଥିଲେ।ଏହି ସଭାରେ ଦଳମତ ନିର୍ବିଶେଷରେ ସମସ୍ତ ଗ୍ରାମବାସୀ ଙ୍କ ସମେତ ସରପଞ୍ଚ ରଂଜିତା ମହାନ୍ତି, ସମିତି ସଭ୍ୟା ଇଲାଵତୀ ବିଷୋୟୀ, ପୂର୍ବତନ ସରପଂଚ ବାଉରୀବନ୍ଧୁ ମହାନ୍ତି, ଲିଙ୍ଗରାଜ ମଲ୍ଲିକ, ଦିଲ୍ଲିପ ମହାନ୍ତି, କିଶୋର ଜେନା, ହୃଷିକେଶ ହୋତା,ଵୁଲୁ ମହାନ୍ତି,ଵୁଵୁ ମହାନ୍ତି,ଲୁଲୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଓଡ଼ିଶା ସମାଚାର