Thursday , September 28 2023
Home / ବିଶେଷ / ଦୁଇ ସପ୍ତାହ ହେଲା ମହିଳା ନିଖୋଜ

ଦୁଇ ସପ୍ତାହ ହେଲା ମହିଳା ନିଖୋଜ

ଗରଦପୁର, ୨୪/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ପଂଚାୟତ ଢ଼ିଅସାହି ଗ୍ରାମର ଅନପୂର୍ଣ୍ଣା ଦାସ (୬୫) ଦୁି ସପ୍ତାହ ହେଲା କେଉଁଆଡ଼େ ନିଖୋଜ ହୋଇ ଯାଇଛନ୍ତି । ତାଙ୍କ ପୁତ୍ର ଭାବଗ୍ରାହୀ ଦାସ ତାଙ୍କ ବନ୍ଧୁ ଓ ସମ୍ପର୍କୀୟ ବିଭିନ୍ନ ସ୍ଥାନ ତଥା ମଠ ମନ୍ଦିର ଆଦି ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ପାଇ ପାରିନାହାନ୍ତି । ସେଥିପାଇଁ ସେ ଆଜି ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । କୌଣସି ବ୍ୟକ୍ତି ଯଦି ତାଙ୍କର ସନ୍ଧାନ ପାଆନ୍ତି ତେବେ ୯୪୩୮୬୮୨୫୮୭ ନମ୍ବରରେ କିମ୍ବା ନିକଟସ୍ଥ ପୋଲିସ୍ ଥାନାରେ ଖବର ଦେବା ପାଇଁ ତାଙ୍କ ପୁଅ ଆକୁଳ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *