Tuesday , December 7 2021
Home / ରାଜନୀତି / ଛପଡ଼ା ପଂଚାୟତରେ କଂଗ୍ରେସର ସାଂଗଠନିକ ବୈଠକ

ଛପଡ଼ା ପଂଚାୟତରେ କଂଗ୍ରେସର ସାଂଗଠନିକ ବୈଠକ

ତାରପୁର, ୨୪/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଖଣ୍ଡିଆ ମଠ ପରିସରରେ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀଯୁକ୍ତ ନଟବର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ତିର୍ତୋଲ କଂଗ୍ରେସର ବିଧାୟକ ପ୍ରାର୍ଥି ଇଂ ହିମାଂଶୁ ଭୁଷଣ ମଲିକ୍, ନାରୀ ନେତ୍ରୀ ପ୍ରତିମା ମଲିକ୍ , ଜିଲା କଂଗ୍ରେସ ଉପସଭାପତି ସର୍ବେଶ୍ୱର ପଣ୍ଡା, ଜିଲା କଂଗ୍ରେସ ସମ୍ପାଦକ ମନୋରଂଜନ ଜେନା, ବ୍ଲକ୍ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସ, ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ଫେଲୁ ଖୁଂଟିଆ, ବ୍ଲକ କଂଗ୍ରେସ ଉପସଭାପତି ଆର୍ତତ୍ରାଣ ପଣ୍ଡା ଯୋଗଦେଇ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ସହିତ ଆଗାମୀ ପଂଚାୟତ ନିର୍ବାଚନରେ ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ପ୍ରାର୍ଥି ମାନଙ୍କୁ ଜିତାଇବା ସହିତ ୨ ଟି ଯାକ ଜିଲା ପରିଷଦ ସିଟ୍ ଏବଂ ବ୍ଲକ୍ ଅଧ୍ୟକ୍ଷ ପଦବି କୁ ହାତେଇବା ପାଇଁ ଶତ ପ୍ରତିଶତ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ବୈଠକରେ ସର୍ବ ସମ୍ମତି କ୍ରମେ ମନୋରଂଜନ ଦାସଙ୍କୁ ପଂଚାୟତ ସଭାପତି ଭାବେ ମନୋନୀତ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିଲୁ ଖୁଂଟିଆ, ପ୍ରଫୁଲ ଖୁଂଟିଆ, ପ୍ରତାପ ସ୍ୱାଇଁ, ଅମିୟ ପାଣିଗ୍ରାହୀ, ପ୍ରତ୍ୟୁଶ ସ୍ୱାଇଁ, ବାବାଜୀ ସ୍ୱାଇଁ, ପ୍ରସନ୍ନ ମହାନ୍ତି, ମାନସ ଖୁଟିଆ, ପ୍ରମୋଦ ଖୁଂଟିଆ, ଦଲିପ୍ ମହାନ୍ତି, ପ୍ରମୋଦ ମଲ, ସୁବାସ ନାୟକ, ଚୈତନ୍ୟ ଦାସ, କିର୍ତୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିବାବେଳେ କୁମାର ରାଜ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ …

Leave a Reply

Your email address will not be published. Required fields are marked *