Tuesday , December 7 2021
Home / କୃଷି / କୃଷି ବିଭାଗ ପକ୍ଷରୁ  ଗାଁ ଗାଁରେ ବିହନ ବିଶୋଧନ କାର୍ଯ୍ୟକ୍ରମ  

କୃଷି ବିଭାଗ ପକ୍ଷରୁ  ଗାଁ ଗାଁରେ ବିହନ ବିଶୋଧନ କାର୍ଯ୍ୟକ୍ରମ  

ଗରଦପୁର, ୨୪/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ କୃଷି ବିଭାଗ ପକ୍ଷରୁ ଗାଁ ଗାଁ ରେ ବିହନ ବିଶୋଧନ କାର୍ଯ୍ୟକ୍ରମ କରାଯାଉଛି । ଆଜି ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ପଦ୍ମପୁର ଓ ଗୋତ୍ରବିଲ ଗ୍ରାମ ଓ ପାଟକୁରା ପଂଚାୟତର ଯମୁନାବାଦ ଗ୍ରାମ ଠାରେ ଚାଷୀମାନଙ୍କର ମୁଗ ,ବିରି ଓ ବିଭିନ୍ନ ପ୍ରକାରର ପନିପରିବା ମଞ୍ଜିକୁ ରସାୟନିକ ଔଷଧ ପ୍ରୟୋଗ କରାଯାଇ ବିଶୋଧନ କରାଯାଉଛି । କୃଷି ବିଭାଗ ପକ୍ଷରୁ ଏକ ଭ୍ରାମ୍ୟମାଣ ଗାଡିରେ ବିହନ ବିଶୋଧନ ଯନ୍ତ୍ର ସାହାଯ୍ୟରେ ଚାଷୀମାନଙ୍କର ବିଭିନ୍ନ କିସମର ବିହନକୁ ରସାୟନିକ ପଦାର୍ଥ ଦିଆଯାଇ ବିଶୋଧନ କରାଯାଉଛି । ଏହି ବିହନ ବିଶୋଧନ କାର୍ଯ୍ୟକ୍ରମକୁ ହରପାର୍ବତୀ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସମ୍ପାଦିକା ସୁଦୁସ୍ମିତା ଲେଙ୍କା ପରିଚାଳନା କରୁଥିବାବେଳେ,କୃଷି ବିଭାଗ ପକ୍ଷରୁ ରାଜେଶ କୁମାର ସେନାପତି,କୃଷକସାଥୀ ସୁଜାତା ରାୟ ଓ ମଳୟ କୁମାର ମହାପାତ୍ର ଉପସ୍ଥିତ ରହି ବିହନ ବିଶୋଧନ କରୁଛନ୍ତି । ଗ୍ରାମର ଅନିଳ କୁମାର ଲେଙ୍କା,ଅଧିର କୁମାର ପଣ୍ଡା,ସୁଶାନ୍ତ କୁମାର ସାହୁ,ପ୍ରଶାନ୍ତ ରାଉତ ଓ ଗୋଲେଖ ମହାପାତ୍ର ପ୍ରମୁଖ ଚାଷୀମାନେ ଉପସ୍ଥିତ ରହି ନିଜ ନିଜର ବିହନକୁ ବିଶୋଧନ କରିଥିଲେ । ଆଜି ସୁଦ୍ଧା ଏହି ବ୍ଲକ ଅଂଚଳରେ ମୋଟ ୧୩ ଗୋଟି ଗ୍ରାମରେ ଚାଷୀମାନଙ୍କର ବିଭିନ୍ନ କିସମ୍ ର ବିହନକୁ ବିଶୋଧନ କରାଯାଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ଶ୍ରୀମତୀ ଲେଙ୍କା ପ୍ରକାଶ କରିଛନ୍ତି । ବିହନ ବିଶୋଧନ କରାଇବା ପାଇଁ  ଚାଷୀମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି । ଓଡ଼ିଶା ସମାଚାର

About admin

Check Also

ଅଖିଳ ଭାରତ କୃଷକ ସଭା ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବିପତ୍ର

କେନ୍ଦ୍ରାପଡ଼ା, ୦୭/୧୨/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ …

Leave a Reply

Your email address will not be published. Required fields are marked *