Saturday , August 13 2022
Breaking News
Home / ବିଶେଷ / ଅସହାୟଙ୍କୁ  ସହାୟତା ଯୋଗାଇଦେବ ମହାଦେବ ସେନା

ଅସହାୟଙ୍କୁ  ସହାୟତା ଯୋଗାଇଦେବ ମହାଦେବ ସେନା

କେନ୍ଦ୍ରାପଡ଼ା, ୨୪/୧୦/୨୦୨୧(ଓଡ଼ିଶା ସମାଚାର)-ସମାଜର ଦୁସ୍ଥ, ଗରିବ ଓ ରୋଗରେ ପିଡିତ ଅସହାୟମାନଙ୍କୁ ମହାଦେବ ସେନା ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ଦୁହୁରିଆ ସ୍ଥିତ ଯଜ୍ଞଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସେନାର ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଉପଲକ୍ଷେ ଉପଦେଷ୍ଟା ପ୍ରଦୀପ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସମ୍ପାଦକ ଅଲେଖ ନାୟକ ମହାଦେବ ସେନା ଜିଲ୍ଲା ସଭାପତି ଅନନ୍ତ ନାୟକ, ଧନେଶ୍ୱର ଦାସ, ଶରତ ସାହୁ, ବନମାଳି ଦାସ, ସରୋଜ ପଲାଇ, କିଶୋର କୁମାର ଲେଙ୍କା, ବ୍ଲକ ସଭାପତି ବଳରାମ ବେହେରା, ଅଞ୍ଜନ ପଲାଇ, ସୂର୍ଯ୍ୟମଣି ପଣ୍ଡା ପ୍ରମୁଖ ଯୋଗ ଦେଇ ଏହି ନିଷ୍ପତିି ନେଇଛନ୍ତି । ଏଥିସହିତ  ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯିବା ସହ ସମସ୍ତ ଶୈବପୀଠ ଆଲୋକି କରଣ ଓ ସ୍ୱଚ୍ଛ କରିବାକୁ ନିଷ୍ପତିି ନିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.