Friday , August 12 2022
Breaking News
Home / ବିଶେଷ / ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ପରଲୋକ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ପରଲୋକ

ପାରାଦୀପ,୨୪/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତା ରାଣୀ ସିହ୍ନାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା । ପାରାଦୀପ ପୋର୍ଟ ଟ୍ରଷ୍ଟ ହାଇସ୍କୁଲ୍ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀମତୀ ସିହ୍ନା ଦୀର୍ଘ ୩୫ ବର୍ଷ ଧରି ଶିକ୍ଷକତା କରିବା ସହିତ ପ୍ରଧାନ ଶିକ୍ଷୟତ୍ରୀ ଭାବେ ୨୦୦୯ ମସିହାରେ ଅବସର ଗ୍ରହଣ କରିଥିଲେ । କଟକର ରୋଭର୍ସ ଷ୍ଟ୍ରିଟ୍ସ୍ଥିତ ବାସଭବନରେ ତାଙ୍କ ପରଲୋକ ସମୟରେ ଦୁଇ ପୁଅ ସତ୍ୟଜିତ୍ ଓ ପ୍ରସନଜିତ୍ ଓ ଦୁଇ ବୋହୁ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ତାଙ୍କର ଶୃଙ୍ଖଳିତ ଶିକ୍ଷାଦାନ ଶୈଳୀ ଯୋଗୁଁ ସେ ଛାତ୍ରଛାତ୍ରୀ, ଅଭିଭାବକ, ସହକର୍ମୀମାନଙ୍କ ନିକଟରେ ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ପାରାଦୀପର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପୁରାତନ ଛାତ୍ର ଚନ୍ଦ୍ରଶେଖର ଆଚାର୍ଯ୍ୟ, ସଂଜୟ ମଲ୍ଲ, ତୁଷାରକାନ୍ତ ଭୋଇ,ଭାନୁକର ମହାପାତ୍ର, ମୁରଲୀଧର ଦାଶ, ବାଦଲ ମହାପାତ୍ର,ନୃସିଂହ ଶତପଥି, ବ୍ରିଜେଶ ଲେଙ୍କା,ସାମ୍ବାଦିକ ରାମଚନ୍ଦ୍ର ସ୍ୱାଇଁ, ଶଶାଙ୍କ ଶେଖର ଆଚାର୍ଯ୍ୟ, ସଂଜୟ କୁମାର ମିଶ୍ର, ନାରାୟଣ ବେହେରା, ଆଦିତ୍ୟ ରଂଜନ ରାଉତରାୟ, ଜଗନ୍ନାଥ ଶତପଥି, ରବିନ୍ଦ୍ର କୁମାର ଜେନା,ମହେନ୍ଦ୍ର ପରିଡା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …

Leave a Reply

Your email address will not be published.