Tuesday , August 9 2022
Breaking News
Home / ବିଶେଷ / ସ୍ୱର୍ଗତ ହରିଶ୍ ଗୌରାଙ୍ଗଙ୍କ ୫ମ ଶ୍ରାଦ୍ଧବାର୍ଷିକ ସ୍ୱୃତିସଭା

ସ୍ୱର୍ଗତ ହରିଶ୍ ଗୌରାଙ୍ଗଙ୍କ ୫ମ ଶ୍ରାଦ୍ଧବାର୍ଷିକ ସ୍ୱୃତିସଭା

ଗରଦପୁର, ୨୩/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ନଡିଆବରାଇ ସ୍ଥିତ ମା’ ମଙ୍ଗଳା ପୀଠରେ ବିଶିଷ୍ଟ ସମବାୟବିତ ତଥା ଶ୍ରମିକ ନେତା ସ୍ୱର୍ଗତ ହରିଶ୍ ଗୌରାଙ୍ଗଙ୍କ ପଂଚମ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ହରିଶ୍ ଗୌରାଙ୍ଗ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି କମିଟିର ସଭାପତି ସମାଜସେବୀ ଶ୍ରୀକାନ୍ତ ନାୟକ ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ହରିଶ୍ ଗୌରାଙ୍ଗଙ୍କ ପ୍ରତିମୂର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସ୍ୱର୍ଗତ୍ ଗୌରାଙ୍ଗ, ସ୍ମୃତିକମିଟିର ପୂର୍ବତନ ସଭାପତି ସ୍ୱର୍ଗତ୍ ନଟବର କାନୁନ୍ଗୋ ଏବଂ କମିଟିର ସଂପାଦକ ସ୍ୱର୍ଗତ୍ ଧିରେନ୍ କୁମାର ମହାନ୍ତିଙ୍କ ବିଦେହୀ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଇଂ. ବଂଶୀଧର ସାମଲ ଗୀତା ପାଠ କରିଥିଲାବେଳେ ସ୍ମୃତିକମିଟିର କାର୍ଯ୍ୟକାରୀ ସଭାପତି ସମବାୟବିତ୍ ପ୍ରମୋଦ ମହାପାତ୍ର ସ୍ୱର୍ଗତ୍ ଗୌରାଙ୍ଗଙ୍କ ସଂଘର୍ଷମୟ ଜୀବନୀ ଏବଂ ସ୍ମୃତି କମିଟିର କାର୍ଯ୍ୟକାରିତା ଉପରେ ସୂଚନା ଦେଇଥିଲେ । ଏହି ସ୍ମୃତି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ହରିଶ୍ ବାବୁଙ୍କୁ ଜଣେ ସଚ୍ଚୋଟ, ସ୍ପଷ୍ଟବାଦୀ, ଗାନ୍ଧୀବାଦୀ, କର୍ତବ୍ୟନିଷ୍ଠ, ବିଚକ୍ଷଣ ରାଜନୀତିଜ୍ଞ, ସମବାୟବିତ୍ ଓ ଶ୍ରମିକ ନେତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି, ରାଜ୍ୟ ଆଇଏନ୍ଟିୟୁସିର ଉପ ସଭାପତି କୃଷ୍ଟ ଚନ୍ଦ୍ର ରାଉତ, ଗାୟକ ଭୂଷଣ ଗୋପବନ୍ଧୁ ନାଥ, କେନ୍ଦ୍ରାପଡା ଜିଲ୍ଲା ଆଇଏନ୍ଟିୟୁସି ର ଜିଲ୍ଲା ସଭାପତି ମୁକ୍ତାର ଖାଁ, ଓଡିଶା କୃଷି ଗ୍ରାମ୍ୟ ଶ୍ରମିକ ସଂଘ ଆଇଏନଟିୟୁସି ର ରାଜ୍ୟ ସଭାପତି ବସନ୍ତ କୁମାର ସେଠୀ, ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ଫକିର ଖଟୁଆ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଦନମୋହନ ସାମଲ, ଅଧ୍ୟାାପକ ପରିକ୍ଷିତ ଚନ୍ଦ୍ର ନାୟକ, ଶିକ୍ଷାବିତ୍ ଶରତ ଚନ୍ଦ୍ର ଜେନା, ଆଡଭୋକେଟ ବିଦୁପ୍ରସାଦ ମହାପାତ୍ର, ପ୍ରଶାନ୍ତ ସାହୁ, ପ୍ରକୃତିବନ୍ଧୁ ଉଦୟନାଥ ଚୌଧୁରୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ପରି•ଳକ ଦୟାନିଧି ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ମାହାଳି, ବ୍ଲକ୍ କଂଗ୍ରେସ କମିଟି ସଭାପତି ଜ୍ୟୋତିରଂଜନ ପରିଡା, ସାମ୍ବାଦିକ ସୁବାସ ସାମଲ, ବିଜେଡି ନେତା ଅମିୟ ପରିଜା, କେ.ବି. ରାଖାଲ, ଶ୍ରୀକାନ୍ତ ପରିଜା, ପ୍ରବିର ପରିଜା, ଭୁବନ କୁମାର ଜେନା, ବିଭୁ ପଟ୍ଟନାୟକ, ଅଦୈ÷ତ ପ୍ରସାଦ ପ୍ରଧାନ, ଲୋକନାଥ ରାଉତ, ନିରଞ୍ଜନ ରାଉତ, ଅଶି୍ୱନୀ ପରିଜା, ନିରଂଜନ ପରିଜା, ନୃସିଂହ ପରିଜା, କୈଳାସ ଚନ୍ଦ୍ର ପଟ୍ଟନାୟକ, କୁଶ ଚନ୍ଦ୍ର ପଟ୍ଟନାୟକ, ସୁଦାମ ବାରିକ, ଅଜୟ ମହାପାତ୍ର, ମଂଟୁ ଦାସ, ବିକାଶ ପଟ୍ଟନାୟକ, ଦିଲ୍ଲିପ ପଣ୍ଡା, ଦେବେନ୍ଦ୍ର ପରିଜା, ନିହାର ରଂଜନ ପରିଜା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗୌରାଙ୍ଗଙ୍କ ସ୍ମୃତି•ରଣ କରିଥିଲେ । ଆଶୁକବି ନରେଶ ଚନ୍ଦ୍ର ମହାନ୍ତି ସ୍ୱରଚିତ ସ୍ମୃତିକବିତା ପାଠ କରିଥିଲାବେଳେ ମହେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାଳନ୍ଦୀ ବାରିକ, ବନଜା ଦାସ, ରତିକାନ୍ତ ମାହାଳି, ମାନସ ଲେଙ୍କା, କମଳାକାନ୍ତ ମହାପାତ୍ରଙ୍କ ସମେତ ବ୍ଲକ୍ର ସମସ୍ତ ସମବାୟ ସମିତି ସଂପାଦକ ଓ କର୍ମ•ରୀମାନେ ସଭା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.