Saturday , August 20 2022
Breaking News
Home / ରାଜନୀତି / ମାହାଙ୍ଗା ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଘେରାଉ ଓ ଦାବିପତ୍ର ପ୍ରଦାନ

ମାହାଙ୍ଗା ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଘେରାଉ ଓ ଦାବିପତ୍ର ପ୍ରଦାନ

ମାହାଙ୍ଗା, ୨୩/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ସ୍ଥାନୀୟ ପୋଲିସ କୋର୍ଟରେ ପୁନଃ ତଦନ୍ତ ରିପୋର୍ଟ କରୁବୋଲି କଂଗ୍ରେସ ଦାବି ଉଠାଇଛି । ଏହି ଘଟଣାକୁ ନେଇ ବ୍ଲକ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବାସହ ସ୍ଥାନୀୟ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା ନୁର୍ତ୍ତାଙ୍ଗ ପଞ୍ଚାୟତରେ ବହୁ ଚର୍ଚ୍ଚିତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ମର୍ଡର ଘଟଣାରେ ଅଭିଯୁକ୍ତ ମାନଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ତଦନ୍ତ ସମୟରେ, ପୋଲିସ କେଶ ଡାଏରିରେ ମନ୍ତ୍ରୀଙ୍କ ନାଆଁ ନରଖିବା ପ୍ରତିବାଦରେ ସାଲେପୁର କୋର୍ଟରେ ମୃତ କୂଳମଣୀଙ୍କ ପୁଅ ରମକାନ୍ତ ବରାଳ ଏକ ପ୍ରୋଟେଷ୍ଟ ପିଟିସନ ଦେଇଥିଲେ। ଏହାର ଶୁଣାଣି କରି ଗତ ଦୁଇମାସ ପୂର୍ବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ’ ଚାର୍ଜ ସିଟ ରେ ରହିବ କି’ ନାହିଁ, ସେଥିପାଇଁ ଜେ ଏ ମ୍ ଏ ଫ ସି କୋର୍ଟ ପକ୍ଷରୁ ସ୍ଥାନୀୟ ଆଇଆଇସିଙ୍କୁ ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ ପକ୍ଷରୁ ପୁନଃ ତଦନ୍ତ ବିଳମ୍ବ ହେଉଛି ଦର୍ଶାଇ ମାହାଙ୍ଗା କଂଗ୍ରେସନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ଆଇନିଜୀବୀ ଧରଣୀଧର ନାୟକ ଓ ଜିଲ୍ଲାକଂଗ୍ରେସ ସଭାପତି ମାନସ ଚୌଧୁରୀ ଏବଂ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ପ୍ରମୁଖ ପଦଯାତ୍ରାରେ ଆସି ମାହାଙ୍ଗା ଥାନା ସମ୍ମୁଖରେ ଆଜି ଏକ ପ୍ରତିବାଦ ସଭା କରିଥିଲେ ।
ବିକ୍ଷୋଭକାରୀ ମାନେ ମାହାଙ୍ଗା ଆଇଆଇସି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।  ତେବେ ଆଗାମୀ ୧ ମାସ ଭିତରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ନକଲେ କଂଗ୍ରେସ ପକ୍ଷରୁ ଆଇନି ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଉଚ୍ଚଶିକ୍ଷାନ୍ତ୍ରୀଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା, ୧୭/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜୁ ଜନତା ଦଳ ପକ୍ଷରୁ ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କୁ …

Leave a Reply

Your email address will not be published.