ଭୁବନ,୨୩/୧୦/୨୦୨୧(ଓଡ଼ିଶା ସମାଚାର)- ଭୁବନ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ )ତରଫରୁ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପ୍ରୋଗ୍ରାମ ଅଫିସର ପ୍ରଶାନ୍ତ କୁମାର ରାଉତରାୟ ଓ ନିରଂଜନ ନାୟକ ଙ୍କ ପରିଚାଳନାରେ ମହାବିଦ୍ୟାଳୟର ଦୁଇଟି ଶାଖାର ସ୍ୱେଚ୍ଛାସେବୀମାନେ ନୂଆଭୁବନ ଶିବମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରିଥିଲେ । କ୍ରୀଡା ଶିକ୍ଷକ ଗଦାଧର ସାହୁ, ଅମ୍ବୁଜ ସାହୁ,ଲକ୍ଷ୍ମଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟକ୍ଷ ଶ୍ରୀମାନ ଦାସ ସ୍ୱେଚ୍ଛାସେବୀ ମାନଙ୍କଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର