Tuesday , June 6 2023
Breaking News
Home / ଶିକ୍ଷା / ମଠକରଗୋଳା ମହାବିଦ୍ୟାଳୟରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ମଠକରଗୋଳା ମହାବିଦ୍ୟାଳୟରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନ,୨୩/୧୦/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା   ଆନୁକୂଲ୍ୟରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଟିିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତରଂଜନ ଦାଶ କାର୍ଯ୍ୟକ୍ରମ କୁ  ଉଦଘାଟନ କରି ଗାନ୍ଧୀଜୀ ଙ୍କ ସ୍ୱପ୍ନର ସ୍ୱଚ୍ଛଭାରତ ବାସ୍ତବରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।  ଏହି ଅବସରରେ ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ  ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱେଚ୍ଛାସେବୀ ମାନେ କଲେଜ ପରିସରରେ ସଫେଇ କାର୍ଯ୍ୟ କରିବା ପରେ ଏକ ଶୋଭାଯାତ୍ରାରେ ମଠକରଗୋଳା ଗ୍ରାମ ପରିକ୍ରମା କରି ପ୍ଲାଷ୍ଟିକ ବ୍ୟବହାର ର କୁପରିଣାମ ଓ ଭୟାବହତା ସଂପର୍କରେ ସଚେତନତା ସୃଷ୍ଟିକରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଗୁଣବତା ପ୍ରକୋଷ୍ଠ ସଂଯୋଜକ ଡଃ କୈଳାସଚନ୍ଦ୍ର ଦାସ, ଅଧ୍ୟାପକ ସୁରେନ୍ଦ୍ର କୁମାର ସିଂ,ଶ୍ରୀଲେଖା ରାୟ, କୈଳାସ ଚନ୍ଦ୍ର ପାତ୍ର,ଡମ୍ବରୁଧର ମହାନ୍ତ,ସୁଧାଂଶୁ ଶେଖର ପାତ୍ର,ହିମାଂଶୁ ସ୍ୱରାଜ ମହାନ୍ତ,ରଶ୍ମିରଂଜନ ମହାପାତ୍ର,ଫକିର ମୋହନ ଲେଙ୍କା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.