Sunday , November 28 2021
Home / ବିଶେଷ / ଜଵାନଙ୍କ ମୃତ୍ୟୁରେ ମହମବତୀ ଶୋଭାଯାତ୍ରା

ଜଵାନଙ୍କ ମୃତ୍ୟୁରେ ମହମବତୀ ଶୋଭାଯାତ୍ରା

କଟକ ସଦର, ୨୩/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଦେଧାରୀ ଗ୍ରାମର ତଥା ସିଆରପିଏଫ ତ୍ରିପୁରା ରେ ହାବିଲଦାର ଭାବେ କାର୍ଯ୍ୟରତ ଵୀର ଜଵାନ ରଶ୍ମି ରଞ୍ଜନ ଲେଙ୍କା ଙ୍କ ଅନ୍ ଡିୟୁଟିରେ ଆକସ୍ମିକ ଅକାଳ ବିୟୋଗରେ ଆତ୍ମାର ସଦଗତି ପାଇଁ ଉତ୍କଳ ଵିକାଶ ପରିଷଦ ସଦର ଶାଖା ସଭାପତି ଇଂ ପ୍ରକାଶ ସେଠୀଙ୍କ ନେତୃତ୍ୱରେ କନ୍ଦରପୁର ଵଜାରରେ ମହମବତୀ ଶୋଭାଯାତ୍ରା କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ଜେନା, ବଳରାମ ନାୟକ,ସଂଜୟ ସାହୁ,ଦେଵୀ ପତି, ସନ୍ତୋଷ ଭୋଇ,ନିରଞ୍ଜନ ରାଉଳ,ସଂଜୟ ସେଠୀ, ଲକ୍ଷ୍ମୀ ଧର ଜେନା, ସୁଶାନ୍ତ ସେଠୀ,ଅକ୍ଷୟ ଦାସ,ଅନି ମହାପାତ୍ର,ରାମୁ ଭୋଇ ପ୍ରମୁଖ ଵହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଅନ୍ତିମ ସଂସ୍କାର ପାଇଁ ମରଶରୀର ଗ୍ରାମରେ ପ‌ହଞ୍ଚିଵା ଦିନ ଶ୍ରା ସେଠୀ ସେଠାରେ ଉପସ୍ଥିତ ର‌ହି ଶେଷ ସମ୍ମାନ ଜଣାଇ ଥିଲେ। ଓଡ଼ିଶା ସମାଚାର

About admin

Check Also

ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର …

Leave a Reply

Your email address will not be published. Required fields are marked *