Tuesday , June 6 2023
Breaking News
Home / ବିଶେଷ / ଜଙ୍ଗଲୀ ହାତୀ ର ଉପଦ୍ରଵ ଯୋଗୁ ନିଶ୍ଚିନ୍ତକୋଇଲି ଅଞ୍ଚଳ ରେ ଆତଙ୍କ

ଜଙ୍ଗଲୀ ହାତୀ ର ଉପଦ୍ରଵ ଯୋଗୁ ନିଶ୍ଚିନ୍ତକୋଇଲି ଅଞ୍ଚଳ ରେ ଆତଙ୍କ

ନିଶ୍ଚିନ୍ତକୋଇଲି, ୨୩/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) -ଆଜି ସକାଳୁ ଏକ ଜଙ୍ଗଲୀ ହାତୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ରାମକୃଷ୍ଣପୁର,ଫୋଗଳ ଓ ଜିଗ୍ନୀପୁର ପଂଚାୟତର ଗହୀର ଧାନ ବିଲରେ ପ୍ରବେଶ କରି ବ୍ୟାପକ ଧାନଫସଲ ନଷ୍ଟକରିଛି । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏବେ ହାତୀ ସ୍ଥାନୀୟ ହାଡ଼ଖାଇ ଧାନ ବିଲ ପାଟ ରେ ଆତଙ୍କ ଖେଳାଇ ଚାଲିଛି ।

ଆଜି ସକାଳୁ ସକାଳୁ ଧାନ ବିଲରେ ଜଙ୍ଗଲୀ ହାତୀ ବୁଲୁଥିବା ର ଦେଖି ଲୋକେ ପ୍ରଥମେ ଭୟଭୀତ ହୋଇପଡିଥିଲେ । ହାତୀ ଟି ଛତିଆ ନିକଟସ୍ଥ ଅମରାବତୀ ଜଙ୍ଗଲ ରୁ ଚାଲି ଆସିଥିବା ବନ ବିଭାଗ କହିଛନ୍ତି। ବନବିଭାଗ କୁ ଖବର ଦେବାପରେ ହାତୀ କୁ ଘଉଡେଇ ବାକୁ ଭୁବନେଶ୍ୱର ବନ ସିଟି ଡିଭିଜନ, ଚଣ୍ଡିଖୋଲ ବନ ବିଭାଗ, କଟକ ଉପଖଣ୍ଡ ବନ ବିଭାଗ ଓ ସାଲେପୁର, ନିଶ୍ଚିନ୍ତକୋଇଲି ପୋଲିସ ର କର୍ମଚାରୀ ଓ ଅଫିସର ମାନେ ହାତିକୁ ଘଉଡ଼ାଇବା ରେ ଲାଗିପଡି ଛନ୍ତି। ହେଲେ ଧାନ ଗହୀର ରେ ହାତୀ ଏପଟରୁ ସେପଟ ହେଉଥିବା ବେଳେ ଅନ୍ୟତ୍ର ଯିବାର ନାଁ ନେଉନାହିଁ। ହାତୀର ଉପଦ୍ରଵ ଦ୍ଵାରା ଶତାଧିକ ହେକ୍ଟର ଧାନଫସଲ ନଷ୍ଟ ହୋଇ ଯାଇଥିବା ସୂଚନାମିଳିଛି । କଟକ ଜଙ୍ଗଲ ବିଭାଗ ଏ ସି ଏଫ ଙ୍କ ନେତୃତ୍ୱ ରେ ହାତୀ ଘାଉଡେଇବା କାର୍ୟ୍ୟ ଚଲାଇଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.