Wednesday , December 8 2021
Home / ବିଶେଷ / ଚିକିତ୍ସା ପାଇଁ କେନ୍ଦ୍ରାପଡା ବିଡିଓଙ୍କ ସହାୟତା ପ୍ରଦାନ

ଚିକିତ୍ସା ପାଇଁ କେନ୍ଦ୍ରାପଡା ବିଡିଓଙ୍କ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା, ୨୩/୧୦/୨୦୨୧(ଓଡ଼ିଶା ସମାଚାର)- ଜଣେ ଗରିବ ଦିନମଜୁରିଆ ପରିବାରକୁ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ସହାୟତା ପ୍ରଦାନ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(ମେଳକସାହି)ଗ୍ରାମର ପଦ୍ମନାଭ ରାଉତ ଜଣେ ଗରିବ ଦିନମଜୁରିଆ ଶ୍ରେଣୀର  । ମୂଲଲାଗି ନିଜ ପରିବାର ପ୍ରତିପୋଷଣ କରୁଥିବା ପଦ୍ମନାଭଙ୍କ ପତ୍ନୀ ପ୍ରମିଳା ରାଉତ ଜଣେ ପକ୍ଷାଘାତ ରୋଗୀ । ଚାଳଛପର ଘରେ ବାସ କରୁଥିବା ପଦ୍ମନାଭଙ୍କ ଘରଟି ଗତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସରପଂଚ ତାଙ୍କୁ ସ୍ଥାନୀୟ ବିଦ୍ୟାଳୟରେ ରହିବାର ବ୍ୟବସ୍ଥା କରିଛନ୍ତି । ଏତଦବ୍ୟତିତ ପଦ୍ମନାଭବି ରୋଗଗସ୍ତ ହୋଇ ପଡିଛନ୍ତି । ଏଭଳି ପରିସ୍ଥିତି ଦେଖି ଭାଗବତପୁର ସରପଂଚ ଧରଣୀଧର ଦାସ ଏସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ଜଣାଇ ପଦ୍ମନାଭଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଥିଲେ । କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଶୁକ୍ରବାର ପଦ୍ମନାଭଙ୍କ ଭଙ୍ଗାଘର ନିକଟରେ ପହଂଚି ଓଡିଶା ଜୀବିକା ମିଶନ ପାଣ୍ଠିରୁ ୫ହଜାର ଟଙ୍କାର ସହାୟତା ଓ ଏକ ଜରିପାଲ ପ୍ରଦାନ କରିବା ସହ ତାଙ୍କୁ ଗ୍ରାମୀଣ ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ବିଡିଓ ଶ୍ରୀ ଦାସଙ୍କ ସହିତ ଏବିଡିଓ ଅନିରୁଦ୍ଧ ବେହେରା, ସରପଂଚ ଧରଣୀଧର ଦାସ ସହାୟତା ପ୍ରଦାନ ସମୟରେ  ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *