Wednesday , December 8 2021
Home / ବିଶେଷ / କେନ୍ଦ୍ରାପଡା ବ୍ଲକ ପରିସରରେ ସରପଂଚଙ୍କ ସ୍ୱାମୀଙ୍କୁ ମାଡ ଅଭିଯୋଗ

କେନ୍ଦ୍ରାପଡା ବ୍ଲକ ପରିସରରେ ସରପଂଚଙ୍କ ସ୍ୱାମୀଙ୍କୁ ମାଡ ଅଭିଯୋଗ

କେନ୍ଦ୍ରାପଡ଼ା, ୨୩/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଜଣେ ସରପଂଚ ଙ୍କ ସ୍ୱାମୀଙ୍କୁ ମାଡ ହୋଇଥିବା ନେଇ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ସରପଂଚଙ୍କ ସ୍ୱାମୀ ଅନନ୍ତ ପ୍ରସାଦ ମଳିକ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ସରପଂଚଙ୍କ ପ୍ରତିନିଧି ଭାବେ କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟକୁ ଏକ ରାସ୍ତା କାମ ବିଷୟରେ ବୁଝିବାକୁ ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟା ୩୦ ସମୟରେ ଆସିଥିଲେ । ବିଡିଓଙ୍କର କିଛି ଜରୁରୀ କାର୍ଯ୍ୟ ଥିବାରୁ ସେ ଅପେକ୍ଷା କରିବାକୁ ତାଙ୍କୁ କହିଥିଲେ । ଏହି ସମୟରେ ଚାରିଗାଁ ଗ୍ରାମ ରୋଜଗାର ସେବକ ସତ୍ୟପ୍ରିୟ ମହାନ୍ତି କୌଣସି କଥାକୁ ନେଇ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ବ୍ଲକ ପରିସରରେ ପହଂଚି ଜିଆରଏସ୍ ସତ୍ୟପ୍ରିୟ ମହାନ୍ତିଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *