Monday , November 29 2021
Breaking News
Home / ବିଶେଷ / ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ ହୋଇପାରୁନାହିଁ । ଏ ନେଇ ପୋଲିସ୍ ସଠିକ୍ ଭାବେ କୌଣସି ତଥ୍ୟ ଦେଉନଥିବା ବେଳେ ଏହି ଘଟଣାକୁ ନେଇ ପାରାଦୀପ ଅଂଚଳରେ ଲୋକମାନଙ୍କ ମନରେ ଉତ୍ସୁକତା ଲାଗି ରହିଛି । ଘଟଣାରୁ ପ୍ରକାଶ ଯେ, ଗତ ୧୫ ତାରିଖ ଦିନ ସକାଳେ ଲିଟୁ ନିଜ ଘର ଆଗରେ କାର ମଧ୍ୟରେ ମୋବାଇଲ୍ ସାଇଲେନ୍ସ ମୋଡ୍ ରେ ରଖି କେଉଁ ଆଡେ ଚାଲିଯାଇଥିଲେ । ଏହା ପରେ ଲିଟୁଙ୍କର ବାପା ପାରାଦୀପ ଲକ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ବି ଲକ୍ ଥାନା ପୋଲିସ୍ ନିଖୋଜ ସଂପର୍କରେ କୌଣସି ବି ତଥ୍ୟ ଗଣମାଧ୍ୟମକୁ ଦେଇନଥିଲେ । ଲିଟୁ କୁଆଡେ ଆନ୍ଧ୍ର ପ୍ରଦେଶର ଗୁଂଟୁର ପଳେଇଥିବା ନେଇ ଚର୍ଚ୍ଚା ହେଲା । ହେଲେ ଲିଟୁ ସେଠାରୁ ଫେରିବା ପରେ ବି ଚର୍ଚ୍ଚା କମିବାର ନାଁ ଧରୁନି । ଲିଟୁ ପାରାଦୀପରୁ ଗୁଂଟୁର କିପରି ଗଲେ, କିଏ ତାଙ୍କୁ ଅପହରଣ କରିନେଲା ନା ନିଜେ ନିଜକୁ ନିଖୋଜର ନାଟକ କରିଥିଲେ ଲିଟୁ ସେ ନେଇ ଅନୁସନ୍ଧାନ ଜାରୀ ରହିଥିବା ପାରାଦୀପ ଏଏସପି ନିମାଁଇ ଚରଣ ସେଠୀ କହିଛନ୍ତି । ଲିଟୁ ପାରଦୀପ ଅଂଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ସେ ନିଖୋଜ ବା ଅପହରଣ ହେବା ଘଟଣାକୁ ଛଅ ଦିନ ବିତି ଯାଇଥିଲେ ବି ନିଜେ ଲିଟୁ କିମ୍ବା ଅଭିଯୋଗକାରୀ ତାଙ୍କ ବାପା କି ପୋଲିସ୍ ଏ ମାମଲାରେ କେହି ବି ମୁହଁ ନଖୋଲିବା ନେଇ ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।  ଓଡ଼ିଶା ସମାଚାର

About admin

Check Also

ଡାଇମଣ୍ଡ ଜୁବୁଲି ଲାଇବ୍ରେରୀ ସଭାପତି ସଚ୍ଚିଦାନନ୍ଦଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)- ୧୮୯୭ମସିହାରେ ପ୍ରତିଷ୍ଠିତ ହୋଇଥିବା କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବୁଲି ପବ୍ଲିକ ଲାଇବ୍ରେରୀର ସଭାପତି …

Leave a Reply

Your email address will not be published. Required fields are marked *