Tuesday , August 9 2022
Breaking News
Home / ଶିକ୍ଷା / ଲୋକନାଥ ମହାବିଦ୍ୟାଳୟରେ ପ୍ରବେଶ ସ୍ୱାଗତ ଉତ୍ସବ

ଲୋକନାଥ ମହାବିଦ୍ୟାଳୟରେ ପ୍ରବେଶ ସ୍ୱାଗତ ଉତ୍ସବ

ଗରଦପୁର, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କ ପ୍ରବେଶ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରଦୀପ୍ତ କୁମାର ପ୍ରଧାନ ସଭାପତିତ୍ୱ କରି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ଦେଇ ସେମାନଙ୍କର ସୁନ୍ଦର ଭବିଷ୍ୟତ କାମନା କରିଥିଲେ । ଏପରିକି ଜୀବନରେ ଭଲ ମଣିଷ ହେବା ପାଇଁ ଶୃଙ୍ଖଳା, ପରିଶ୍ରମ ଓ ଗୁରୁଜନଙ୍କୁ ସମ୍ମାନ ଛାତ୍ରକୁ ଉଚ୍ଚାଭିଳାଷୀ କରିଥାଏ ବୋଲି ସେ ବକ୍ତବ୍ୟ ରଖିଥିଲେ । ଏକାଡେମିକ୍ ବରସାର ତଥା ସମାଜ ବିଜ୍ଞାନ ପ୍ରାଧ୍ୟାପକ ଡଃ. ପ୍ରଫୁଲ୍ଲ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ଗଣିତ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ସଚ୍ଚିଦାନନ୍ଦ ସାମନ୍ତରାୟ, ରସାୟନ ଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ. ଶଶୀକାନ୍ତ ନାୟକ, ପଦାର୍ଥବିଜ୍ଞାନ ବିଭାଗୀୟ ମୁଖ୍ୟ ଅଶୋକ କୁମାର ଦାଶ, ଇତିହାସ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସୀତାକାନ୍ତ ମହାନ୍ତି, ପ୍ରାଧ୍ୟାପକ କ୍ଷିରୋଦ ନାୟକ, ଶିକ୍ଷା ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଅନିଲ କୁମାର ଦାସ, ରାଜନୀତି ବିଜ୍ଞାନ ମୁଖ୍ୟ ସୁଶାନ୍ତ କୁମାର ପରିଡା, ଇଂରାଜୀ ବିଭାଗୀୟ ମୁଖ୍ୟ ଦିଲ୍ଲିପ କୁମାର ସାହୁ, ପ୍ରାଧ୍ୟାପକ ଗୌତମ ସ୍ୱାଇଁ, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ସୌଦାମିନୀ ମହାପାତ୍ର, ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡଃ. ବିଚିିତ୍ରା ମଂଜରୀ ତ୍ରିପାଠୀ, ଅଧ୍ୟାପିକା ସୁମାନ୍ସି ଭାଙ୍ଗରା ପ୍ରମୁଖ ଉପସ୍ଥିତ ରହି କଠିନ ଅଧ୍ୟବସାୟ ଓ ସମୟର ସଠିକ୍ ଉପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.