Friday , August 12 2022
Breaking News
Home / ବିଶେଷ / ରାଜ୍ୟ ପାଠାଗାରରେ ନେତାଜୀଙ୍କ ଉପରେ ପୁସ୍ତକ ପ୍ରଦର୍ଶନୀ

ରାଜ୍ୟ ପାଠାଗାରରେ ନେତାଜୀଙ୍କ ଉପରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ନେତାଜୀ ସୁଭାଷ ବୋଷଙ୍କର ଆଜାଦ୍ ହିନ୍ଦ୍ ଫୌଜ ଗଠନର ଶତବାର୍ଷିକୀ ଅବସରରେ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ନେତାଜୀ ସୁଭାଷ ବୋଷ ଓ ସ୍ୱାଧୀନତା ସଂଗ୍ରାମ ଉପରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଆଜି ପୂର୍ବାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଓ ନିର୍ଦ୍ଧେଶକ ରଞ୍ଜନ କୁମାର ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଯାଇଅଛି । ଏହା ସହିତ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ଆୟୋଜିତ ୨୧ଦିନିଆ ପୁସ୍ତକ ପ୍ରଦର୍ଶନୀ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭାର ସଚିବ ଦାସରଥି ଶତପଥି ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ନିଜ ବକ୍ତବ୍ୟରେ ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ଓ ସେଥିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଓଡ଼ିଶା ମାଟିର ମେଧାବୀ ଛାତ୍ର ସୁଭାଷ ବୋଷ ଆଇ.ସି.ଏସ୍. ପରୀକ୍ଷାରେ ଉତୀର୍ଣ୍ଣ ହୋଇ ମଧ୍ୟ ଏହାକୁ ପରିତ୍ୟାଗ କରି ଦେଶ ମାତୃକାକୁ ସ୍ୱାଧୀନତା ଆଣିବା ପାଇଁ କଂଗ୍ରେସରେ ଯୋଗଦାନ କରିବା ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥୀଙ୍କୁ ପରାସ୍ତ କରି କଂଗ୍ରେସ ସଭାପତି ନିର୍ବାଚିତ ହେବା ଓ ପରବର୍ତୀ ଅବସ୍ଥାରେ କଂଗ୍ରେସ ପରିତ୍ୟାଗ କରି ଫରୱାର୍ଡ ବ୍ଲକ ଗଠନ କରିବା ସେଙ୍ଗସେଙ୍ଗ ବିଦେଶରେ ବିଭିନ୍ନ ରାଷ୍ଟ୍ର ସହିତ ସମନ୍ୱୟ କରି ଆଜାଦହିନ୍ଦ୍ ଫୌଜ ଗଠନ କରିବା ସେଙ୍ଗସେଙ୍ଗ ବିଦେଶରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିବା ତାଙ୍କ ବଳିଷ୍ଠ ନେତୃତ୍ୱର ପରିଚୟ ଦେଇଥାଏ । ନେତାଜୀଙ୍କର ବିପ୍ଳବୀ ଭୂମିକା ବି୍ରଟିଶ୍ ସରକାରଙ୍କୁ ଥରହର କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ନେତାଜୀଙ୍କର ସ୍ୱପ୍ନ ସଫଳ ହୋଇପାରିଲା ନାହିଁ ଏବଂ ପରବର୍ତୀ ଅବସ୍ଥାରେ ତାଙ୍କ ବିଷୟରେ ସମଗ୍ର ବିଶ୍ୱ ମଧ୍ୟ ସନ୍ଧିହାନ୍ ହୋଇ ରହିଲା । ନେତାଜୀଙ୍କ ତ୍ୟାଗ ଓ ସଂକଳ୍ପ ଯୁବପିଢୀଙ୍କୁ ଅନୁପ୍ରାଣ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଠାଗାରର ସମସ୍ତ ଗ୍ରନ୍ଥାଗାରିକ, କର୍ମଚାରୀ ଓ ପାଠକମାନେ ଯୋଗଦାନ କରିଥିଲେ । ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ପୋଲ୍: ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ନଂ ୧ ସିଏମ୍, ପ୍ରଧାନମନ୍ତ୍ରୀଙ୍କ ପାଇଁ ମୋଦୀ ପ୍ରଥମ ପସନ୍ଦ

ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଘରୋଇ ରାଜ୍ୟରେ ନମ୍ବର ୧ ସିଏମ୍ ହୋଇଛନ୍ତି। ଇଣ୍ଡିଆ ଟୁଡେ …

Leave a Reply

Your email address will not be published.