ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ କରୋନା ମହାମାରୀ ତୃତୀୟ ଲହର କୁ ଦୃଷ୍ଟିରେ ରଖି ସମସ୍ତ ଆଦିବାସୀ ଭାଇ ଭଉଣୀ,ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ତୃତୀୟ ଲହରୀ କୁ ଆମେ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ସବୁବେଳେ ଆମେ ସଚେତନ ରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା ନିହାତି ଆବଶ୍ୟକ । ରାଜ୍ୟ ସରକାର ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଜୀବନ ଜୀବିକା ପ୍ରତି ସବୁବେଳେ ଗୁରୁତ୍ଵ ଦେଇ ଆସି ଅଛନ୍ତି ଆମେ ମଧ୍ୟ ସବୁବେଳେ ରାଜ୍ୟ ସରକାର ଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଆଦିବାସୀ ଭାଇ ଭଉଣୀ, ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କୁ ଆହ୍ବାନ ଦେଇଥିଲେ । ଆଜିର ଏହି କାର୍ୟ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ଲକ୍ଷ୍ମୀଧର ନାୟକ, ରିପୁ ରଞ୍ଜନ ବିଶ୍ଵାଳ, ମୁକ୍ତାପଶି ସରପଞ୍ଚ ରଞ୍ଜନ କୁମାର ସେଠୀ, ଯୁବଶକ୍ତି ର ଶ୍ରୀବତ୍ସ ମାଝୀ, ସୁଶୀଲ କୁମାର ସାହୁ, ଚିଣ୍ଟୁ ମାଝୀ ଏବଂ ସମସ୍ତ ଗ୍ରାମବାସୀ ସାମିଲ ଥିଲେ । ଓଡ଼ିଶା ସମାଚାର