Monday , November 29 2021
Breaking News
Home / ବିଶେଷ / ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୨ ଯୁବକ କୋର୍ଟ ଚାଲାଣ

ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୨ ଯୁବକ କୋର୍ଟ ଚାଲାଣ

ଗରଦପୁର, ୨୨/୧୦/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ଡ଼ାହାଳପୁର ଗ୍ରାମର ବୀରବର ସେଠୀ ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସେହି ଗ୍ରାମର ମାନଭଂଜନ ମାହାଳୀ (୪୨) ଓ ତାଙ୍କ ଭାଇ ରଶ୍ମୀ ରଂଜନ ମାହାଳୀ (୪୦) ଙ୍କୁ ପାଟକୁରା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସୂଚନା ରୁ ପ୍ରକାଶ ଯେ ଡ଼ାହାଳପୁର ଗ୍ରାମର ଶୁଭ୍ରାଂଶୁ ସେଠୀ ଓ ମାନଭଂଜନ ମାହାଳୀ ଉଭୟ ପରିବାର ମଧ୍ୟରେ ଜମିଜମା ସମସ୍ୟାକୁ ନେଇ ପୂର୍ବ ଶତୃତା ରହି ଆସିଛି । ସେହି କାରଣରୁ ସାମାନ୍ୟ କଥାରେ ଗତ ୨ ଦିନ ହେଲା ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ଗଣ୍ଡଗୋଳ ଲାଗି ରହିଥିଲା । ଗତକାଲି ସକାଳେ ଉଭୟ ପରିବାର ମଧ୍ୟରେ ପାଟି ତୁଣ୍ଡ ଗଣ୍ଡଗୋଳ ଚାଲିଥିବାବେଳେ ଏହା ଉଗ୍ର ରୂପ ଧାରଣ କରିଥିଲା । ମାନଭଂଜନ ଓ ରଶ୍ମୀ ରଂଜନ ଶୁଭ୍ରାଂଶୁ ଙ୍କ ପିତା ବୀରବର ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବୀରବରଙ୍କ ବେକରେ ଏକ ଭଙ୍ଗା କାଚ ବୋତଲ ଦ୍ୱାରା ଶକ୍ତ ଆଘାତ କରାଯାଇଥିଲା । ଗୁରୁତର ଆହତ ବୀରବରଙ୍କୁ କେନ୍ଦ୍ରାପଡ଼ା ହସପିଟାଲ ନିଆଯାଇଥିଲା । ଘଟଣା ସମ୍ପର୍କରେ ଶୁଭ୍ରାଂଶୁ କେନ୍ଦ୍ରାପଡ଼ା ଏସପି ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏସପି ଙ୍କ ନିର୍ଦ୍ଧେଶ କ୍ରମେ ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ ଏକ ମାମଲା ରୁଜୁ କରିବା ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଅଭିଯୁକ୍ତ ମାନଭଂଜନ ଓ ରଶ୍ମୀ ରଂଜନ ଦୁଇ ଭାଇ ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଡାଇମଣ୍ଡ ଜୁବୁଲି ଲାଇବ୍ରେରୀ ସଭାପତି ସଚ୍ଚିଦାନନ୍ଦଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)- ୧୮୯୭ମସିହାରେ ପ୍ରତିଷ୍ଠିତ ହୋଇଥିବା କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବୁଲି ପବ୍ଲିକ ଲାଇବ୍ରେରୀର ସଭାପତି …

Leave a Reply

Your email address will not be published. Required fields are marked *