ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅନୁଷ୍ଠାନର ମାଲିକ ଗୋବିନ୍ଦ ସାହୁ ଜଘନ୍ୟ ଭାବେ ହତ୍ୟା କରି ପୋତି ମାଟିତଳେ ପୋତିଦେବା ଘଟଣା ସାରା ରାଜ୍ୟକୁ ସ୍ୱବ୍ଧ କରି ଦେଇଛି । ଉକ୍ତ ଶିକ୍ଷାନୁଷ୍ଠାନରେ ଦୀର୍ଘ ଦିନ ଧରି ଅନେକ ନାନା ଅନୈତିକ କାର୍ୟ୍ୟ ଚାଲିଥିବାବେଳେ ଶିକ୍ଷୟତ୍ରୀ ମମିତା ଏହାର ପ୍ରତିବାଦ କରୁଥିବାରୁ ଶେଷରେ ପ୍ରତିବାଦର ସ୍ୱର ଚାପି ଦେବା ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି । ୧୧ ଦିନ ପର୍ୟ୍ୟନ୍ତ ଘଟଣା ରହସ୍ୟାବୃତ ହୋଇ ରହିବା ଏବଂ ଅଭିଯୁକ୍ତି ଗୋବିନ୍ଦ ସାହୁ ପୋଲିିସ ହେପାଜତରୁ ଖସି ଯିବା ଆହୁରି ଆଶ୍ଚର୍ୟ୍ୟଜନକ । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ରାଜ୍ୟ ମନ୍ତ୍ରୀମଣ୍ଡଳର କେତେକ ମନ୍ତ୍ରୀଙ୍କ ସମ୍ପର୍କ, ବିଶେଷ କରି କଳାହାଣ୍ଡି ଜିଲ୍ଲାର ମନ୍ତ୍ରୀ ଖୋଦ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ତାଙ୍କ ଧାରାବାହିକ ସମ୍ପର୍କ କାହାରିକୁ ଅଛପା ନାହିଁ । ମହାଲିଙ୍ଗର ଏକ ଘରୋଇ ଶିକ୍ଷାନୁଷ୍ଠାନର ଉତ୍ସବରେ ଯୋଗ ଦେବା ପାଇଁ ମନ୍ତ୍ରୀମଣ୍ଡଳର ତିନିଜଣ ମନ୍ତ୍ରୀ ହେଲିକେପ୍ଟରରେ ଗ୍ରସ୍ତ କରିବା, ମାଲିକଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ପ୍ରମାଣିତ କରୁଛି କେଉଁ ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀମାନେ ରାଜକୋଷର ଅର୍ଥବ୍ୟୟ କରି ହେଲିକେପ୍ଟରରେ ଯାତ୍ରା କରିଥିଲେ ତାହା ପ୍ରକାଶିତ ହେବା ଆବଶ୍ୟକ ।
ଅଭିଯୁକ୍ତକୁ ପୋଲିସ ଥାନାକୁ ପଚରା ଉଚରା ପାଇଁ ଡାକି ଆଣି କାହା ଇଙ୍ଗିତରେ ଛାଡି ଦେଇଥିଲା ଏବଂ ସେ ଥାନାରୁ ଫେରାର ହେବାର ସୁଯୋଗ ପାଇଲେ । ଏଥିରେ ରାଜ୍ୟର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ହେଉଛି । ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଯଦି ପୋଲିସକୁ ଏପରି ଢଙ୍ଗରେ ପରିଚାଳିତ କରନ୍ତି ତେବେ ସାଧାରଣ ନାଗରିକ କେତେ ସୁରକ୍ଷିତ ତାହା ଅନୁମେୟ । ଥାନା ହାଜତରେ ମୃତୁ୍ୟ, ଧର୍ଷଣ, ହତ୍ୟା, ଚୋରୀ, ରାହାଜାନୀ ଆଦି ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଆଇନ ଶୃଙ୍ଖଳ ବିପଦଜନକ ଅବସ୍ଥାରେ ରହିଛି । ନବୀନଙ୍କୁ ଶାସନରେ ଲଗାତର ମହିଳାଙ୍କ ଉପରେ ନିର୍ବାଚନ ମା’ଙ୍କୁ ସମ୍ମାନ ରୁ ସ୍ଳୋଗାନ ଉପରେ ପ୍ରଶ୍ନବାଚୀ ଲଗାଇଛି ।
ପୋଲିସକୁ ହାତବାରସୀ ପରି ବ୍ୟବହାର କରି କ୍ଷମତାସୀନ ଦଳର ନେତାମାନେ ନାନା ଧରଣର ଅପରାଧ ଅନାୟଶରେ କରି ଯାଉଥିବା ଘଟଣା ବଢିବାରେ ଲାଗିଛି । ଉତରପ୍ରଦେଶର ଲକ୍ଷ୍ମୀପୁରଠାରେ ଆନ୍ଦୋଳନରତ କୃଷକମାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ୟା କରିବା ଠାରୁ ମହାଲିଙ୍ଗରେ ମମିତା ମେହେରଙ୍କୁ ହତ୍ୟା କରିବା ପର୍ୟ୍ୟନ୍ତ ସାହାସ ଆସାମୀମାନେ କ୍ଷମତା ମନ୍ତ୍ରୀ ଓ ନେତାମାନଙ୍କଠାରୁ ପାଇବା ସତ୍ୟ ପ୍ରମାଣିତ ହେଉଛି । ନବୀନଙ୍କ ଶାସନ ଶବ୍ଦରେ ମହିଳାମାନଙ୍କ ଉପରେ ଅତ୍ୟାଚାର, ଧର୍ଷଣ, ହତ୍ୟା ଘଟଣା ବୃଦ୍ଧି ପାଉଛି । ମା’କୁ ସମ୍ମାନ ଏକ ପ୍ରହସନ ମାତ୍ର ।
ଏହି ପରିପ୍ରେକ୍ଷୀରେ ସି.ପି.ଆଇ., ସି.ପି.ଆଇ.(ଏମ), ସି.ପି.ଆଇ.(ଏମ.ଏଲ.) ଲିବରେସନ ଓ ଫରୱାର୍ଡ ବ୍ଲକ ଓଡ଼ିଶା ରାଜ୍ୟ କମିଟି ନେତାମାନେ ଏକ ବୈଠକରେ ମିିଳିତ ହୋଇ ମମିତା ମେହେରଙ୍କ ଜଘନ୍ୟ ହତ୍ୟାକାଣ୍ଡର ଘୋର ନିନ୍ଦା କରିଛନ୍ତି । ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଚଳିତ ୨୩ ତାରିଖ ଦିନ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳନ ପାଇଁ ଆହ୍ୱାନ ଜଣାଇବା ସଂଗେେ ସଂଗେ ମମିତା ହତ୍ୟାକାଣ୍ଡର ତଦନ୍ତ ରାଜ୍ୟ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ.ଆଇ.ଟି.) ଦ୍ୱାରା କରାଯିବା ଓ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ କରି ତୁରନ୍ତ ମନ୍ତ୍ରୀପଦରୁ ବହିଷ୍କାର କରିବା ଏବଂ ମମିନାଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରାଯାଉଛି । ଓଡ଼ିଶା ସମାଚାର
Home / ରାଜନୀତି / ମମିତା ହତ୍ୟାକାରୀଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପର୍କ ଯୋଗୁଁ ମନ୍ତ୍ରୀପଦରୁ ବହିଷ୍କାର ଏବଂ ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ବାମପନ୍ଥୀ ଦଳଗୁଡିକର ଆହ୍ୱାନ