କଳାହାଣ୍ଡି ,୨୨/୧୦ /୨୧ (ଓଡିଶା ସମାଚାର/ ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ କାର୍ୟ୍ୟାଳୟ ଦାୟିତ୍ଵ ରେ ଥିବା ପିଇଓ କ୍ଷମା ପ୍ରସାଦ ଦୁରିଆ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭବାନୀ ପାଟଣା ଠାରେ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ସୁଚନା ଅନୁସାରେ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନସ୍ତ ଲହରା ଯୋର ଗ୍ରାମର ହିତାଧିକାରୀ ବିଶେଶ୍ଵର ଗଉଡ ଆଜି କୁ ପ୍ରାୟ ଦୀର୍ଘ ମାସ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ନିର୍ମାଣ କାମ ଶେଷକରି ଏହି ଗୃହ ର ସଂପୂର୍ଣ୍ଣ ବିଲ୍ ମଧ୍ୟ ହୋଇ ସାରିଛି । କିନ୍ତୁ ବୋନସ୍ ଟଙ୍କା କରାଇ ଦେବା ନାଁ ରେ ବିଶେଶ୍ୱର କୁ ପିଇଓ କ୍ଷମା ପ୍ରସାଦ ଦୁରିଆ ୬ ହଜାର ଟଙ୍କା ଲାଞ୍ଚ ମାଗି ଆସୁଥିଲେ ।ଏହା ର କିଛି ଉପାୟ ନପାଇ ବାଧ୍ୟ ହୋଇ ବିଶେଶ୍ୱର ଗଉଡ ଭିଜିଲାନ୍ସ ର ଦ୍ଵାରସ୍ଥ ହୋଇଥିଲେ । ଭବାନୀପାଟଣା ବସଷ୍ଟାଣ୍ଡ ଠାରେ ବିଶେଶ୍ୱର ଗଉଡଙ୍କ ଠାରୁ ଗୋପାଳପୁର ଗ୍ରାମପଞ୍ଚାୟତ ର ପିଇଓ
କ୍ଷମା ପ୍ରସାଦ ଦୁରିଆ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ଵାରା ଧରାପଡ଼ି ଗିରଫ ହୋଇଛନ୍ତି । ଏହାକୁ ନେଇ ଥୁଆମୂଳ ରାମପୁର ଅଞ୍ଚର ଦୁର୍ନୀତି ଗ୍ରସ୍ତ ଅଫିସର ମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗୋପାଳପୁର ଗ୍ରାମପଞ୍ଚାୟତ ର ପିଇଓ ଙ୍କ କାର୍ୟ୍ୟ କଳାପ କୁ ନେଇ ଅନେକ ବାର ପଞ୍ଚାୟତବାସୀ ଅଭିଯୋଗ କରିଆସୁଥିଲେ । କିନ୍ତୁ ପରିତାପର ବିଷୟ କିଛି ପ୍ରଶାସନ ଓ ବଡ଼ ବଡିଆ ଲୋକ ପ୍ରତିନିଧି ମିଶି ପିଇଓ ଙ୍କ ବଦଳି ବାତିଲ କରି ଆସୁଥିଲେ । ଏହି ବଦଳି ବାତିଲ କୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ଲାଞ୍ଚ ମାଗିବା ଘୋଟଣା ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏହାର ଉଚ୍ଚତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ପରଦାଫାସ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି । ଓଡିଶା ସମାଚର