Monday , November 29 2021
Breaking News
Home / ଶିକ୍ଷା / ବିଜେବି ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା

ବିଜେବି ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର)-ସ୍ଥାନୀୟ ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସରରେ ଦର୍ଶନଶାସ୍ତ୍ର ବିଭାଗର ଯୁକ୍ତ ୩ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଦାୟକାଳୀଳ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଜେବି କଲେଜର ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିଜେବି କଲେଜର ଦର୍ଶନଶାସ୍ତ୍ର ବିଭାଗର ପୂର୍ବତନ ମୁଖ୍ୟ ବିଭାଗୀୟ ଡ. ନିହାରିକା ଦାସ ଯୋଗଦେଇ ନୀତିଶିକ୍ଷାକୁ ଜୀବନରେ ବ୍ୟବହାର କରି ଏକ ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବା ଦରକାର ବୋଲି ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ୨୦୨୦ ମସିହାରେ ପ୍ରଥମସ୍ଥାନରେ ଉତୀର୍ଣ୍ଣ ହୋଇଥିବା ଏସ୍.କଲ୍ୟାଣୀ ରେଡି ଏବଂ ୨୦୨୧ ମସିହାରେ ପ୍ରଥମ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା ପୂର୍ଣ୍ଣିମା ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଡ. ନିହାରିକା ଦାସଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅତିଥି ଅଧ୍ୟାପିକା ସନ୍ଧ୍ୟାରାଣୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ଅଧ୍ୟାପିକା ସନ୍ତୋଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତମନ୍ନା ପଣ୍ଡା ଓ ଆଲୋକ କୁମାର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସିଦ୍ଧାନ୍ତ ନାୟକ, ସ୍ୱସ୍ତିକ ସେନାପତି, ଅଏସ୍, ସବନମ୍ ବେଗମ, ସୁମେଧା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଏକ କାର୍ଯ୍ୟକାରିଣୀ ବୈଠକ ଦୁହୁରିଆସ୍ଥିତ ଶିକ୍ଷକ ଭବନରେ ସଭାପତି ସନ୍ତୋଷ କୁମାର …

Leave a Reply

Your email address will not be published. Required fields are marked *