Tuesday , May 30 2023
Breaking News
Home / ବିଶେଷ / ବଲାଙ୍ଗିର ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ି ପଡ଼ିଲା

ବଲାଙ୍ଗିର ସମଲେଶ୍ୱରୀ ମନ୍ଦିର ଛାତ ଭୁଶୁଡ଼ି ପଡ଼ିଲା

ବଲାଙ୍ଗୀର,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଘଟିଛି ବଡ ଅଘଟଣ। ଶୁକ୍ରବାର ସମଲେଶ୍ୱରୀ ମନ୍ଦିରର ଛାତ ଭୁଶୁଡ଼ି ପଡ଼ିଛି । ସୌଭାଗ୍ୟବଶତଃ ପୂଜକ ଓ ଶ୍ରଦ୍ଧାଳୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୂର୍ବରୁ ଛାତ ଦୁର୍ବଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।ତଥାପି ମରାମତି ପ୍ରତି ଧ୍ୟାନ ଦିଆଯାଇନଥିଲା। ବିପଦ ସଙ୍କୁଳ ଅବସ୍ଥାରେ ଥିବା ମନ୍ଦିରର ଛାତ ଆଜି ଭାଙ୍ଗି ଗଳିପଡିଲା । ବାରମ୍ବାର ଦାବି ପରେ ମଧ୍ୟ ପ୍ରଶାସନ ମରାମତି କରୁନଥିବାରୁ ଏପରି ଅଘଟଣ ଘଟିଲା ବୋଲି ସହରର ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସମଲେଶ୍ଵରୀ ମନ୍ଦିର ଛକରେ ଧାରଣା ଦିଆଯାଇଛି ।ବହୁ ପୁରାତନ ଏହି ସମଲେଶ୍ବରୀ ମନ୍ଦିରର ଛାତ କାନ୍ଥ ବିପଦ ସଙ୍କୁଳ ହୋଇପଡିଛି । ବର୍ଷାରେ ପାଣି ଗଳୁଛି । ହେଲେ ଦେବୋତର ବିଭାଗ ଅଧିନରେ ମନ୍ଦିର ରହିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏପରିକି ରାସ୍ତାରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.