ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ବମିଖାଲ ବ୍ରିଜ୍ ତଳୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହକୁ ଲକ୍ଷ୍ମୀସାଗର ଥାନା ପୁଲିସ ଉଦ୍ଧାର କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି। ମୃତକଙ୍କର ପରିଚୟ ମିଳିନାହିଁ। କୌଣସି ଅଜଣା ଗାଡ଼ି ଧକ୍କାରେ ଯୁବକର ମୃତ୍ୟୁ ଘଟିଛି ନା କେହି ହତ୍ୟା କରି ଏଠାରେ ଫୋପାଡ଼ି ଚାଲିଯାଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଯୁବକ ଜଣଙ୍କ ବମିଖାଲ୍ ଓଭରବ୍ରିଜ୍ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ଲୋକ ପୁଲିସକୁ ଜଣାଇଥିଲେ। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା। ଯୁବକ ତଳେ ପଡ଼ିଥିବା ବେଳେ ତାଙ୍କ ବାଇକ୍ଟି ବ୍ରିଜ୍ ଉପରେ ପଡ଼ି ରହିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଓଡ଼ିଶା ସମାଚାର
Check Also
ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ
କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …