ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରୁ କୋଇଲା ହେରଫେର୍ ମାମଲାର ୧୫ ଦିନ ପରେ ପାରାଦୀପ ଆଦର୍ଶ ଥାନା ପୋଲିସ ୭ଜଣଙ୍କୁ କୋର୍ଟ ଚାଲଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର । ଘଟଣାରୁ ପ୍ରକାଶ ଯେ, ଗତ ୫ ତାରିଖ ଦିନ ପାରାଦୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରୁ ୧୮ଟି ଟ୍ରକ୍ରେ ଦାମୀ କୋଇଲା ବୋଝେଇ ହୋଇଥିବା ବେଳେ ଆଉ ୭ଗୋଟି ଟ୍ରକ୍ ବୋଝେଇ ଅପେକ୍ଷାରେ ଥିଲା । ପାରାଦୀପ ବନ୍ଦର ନିଷିଦ୍ଧାଂଚଳରେ ସୁରକ୍ଷା ପାଇଁ ନିୟୋଜିତ ଥିବା କେନ୍ଦ୍ରୀୟ ଶିଳ୍ପ ନିରାପା ବାହିନୀ (ସିଆଇଏସ୍ଏଫ୍) ଏହା ଦେଖି କାଗଜପତ୍ର ଯାଂଚ କରିବା ପରେ ଏହି କୋଇଲା ପରିବହନ ନିମନ୍ତେ କୌଣସି କାଗଜପତ୍ର ଠିକ୍ ନଥିବା ଜଣାପଡିଥିଲା । ପାରାଦୀପ ବନ୍ଦର ପକ୍ଷରୁ ଏହି ସମ୍ବନ୍ଧରେ ଅନୁସନ୍ଧାନ କରାଯାଇଥିଲା । ଏହା ପରେ ପାରାଦୀପ ଥାନାରେ ୨୯୨/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିଲା । ପାରାଦୀପ ପୋଲିସ୍ ପକ୍ଷରୁ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ପୋଲିସ୍ କିଛି ତଥ୍ୟ ପାଇବା ସହିତ ଘଟଣାରେ ସଂପୃକ୍ତ କିଛି ଲୋକଙ୍କ ସଂପର୍କରେ ତଥ୍ୟ ହାସଲ କରିଥିଲା । ଘଟଣାରେ ସଂପୃକ୍ତ ଥିବା ଇନ୍ ମେସିନାରୀ କମ୍ପାନୀର ୭ଜଣ ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି, ସେମାନଙ୍କ ବେଲ୍ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ଜେଲ ପଠାଯାଇଥିବା ଜଣାପଡିଛି । ତଦନ୍ତ ଜାରୀ ରହିଥିବା ବେଳେ ଘଟଣା ପଛରେ ଆଉ କିଏ କିଏ ଅଛନ୍ତି ସେମାନଙ୍କୁ ପୋଲିସ୍ କେବେ ଗିରଫ କରୁଛି ତାହା ଦେଖିବାକୁ ବାକି ରହିଲା । ଓଡ଼ିଶା ସମାଚାର
Check Also
ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ
କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …