Monday , November 29 2021
Breaking News
Home / ବିଶେଷ / ପରିବା ଦର ଆକାଶ ଛୁଆଁ, ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ

ପରିବା ଦର ଆକାଶ ଛୁଆଁ, ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ

ଗରଦପୁର, ୨୨/୧୦/୨୦୨୧(ଓଡ଼ିଶା ସମାଚାର)-କାର୍ତିକ ମାସ ଆରମ୍ଭ ରୁ ପରିବା ଦର ହାଟ ବଜାରରେ ଆକାଶ ଛୁଆଁ ହେଲାଣି । ପାଟକୁରା ଗରଦପୁର ଅଂଚଳରେ ମହଙ୍ଗା ହୋଇଥିବା ପନି ପରିବା ଦର ଯୋଗୁ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି । ଗରଦପୁର ଅଂଚଳରେ ଶିତଳ ଭଣ୍ଡାର ନଥିବାରୁ ପନି ପରିବା ସଂରକ୍ଷଣ ଜନିତ ସମସ୍ୟା ରହିଛି । ଫଳରେ ବାଇଗଣ, ଟମାଟୋ, ଆଳୁ ଆଦି ପନି ପରିବା ଉପôାଦନ ସମୟରେ କମ୍ ଦର ଥିବାବେଳେ ମଧ୍ୟ ସଂରକ୍ଷଣ କରାଯାଇ ପାରୁନାହିଁ । ଏବେ ଆବଶ୍ୟକ ଥିବା ପନି ପରିବା ଅଭାବ ସମୟକୁ ଡ଼ିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ଯାହା ଫଳରେ ବାହାରୁ ଚାଲାଣ ହୋଇ ଆସୁଥିବା ପରିବା ଗୁଡ଼ିକ ମୂଲ୍ୟ ଆକାଶ ଛୁଆଁ ହୋଇଛି । ଫଳରେ ଖାଉଟିଙ୍କୁ ନିରାଶ ହେବାକୁ ପଡ଼ୁଛି । ସହଯେ ମହାମାରୀ କରୋନା ମାଡ଼ରେ ରୋଜଗାର ହରାଇ ଅଧିକାଂଶ ଲୋକେ ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଅଛନ୍ତି । ଅନେକ ଲୋକ ଦିଲୀ, ବାଙ୍ଗାଲୋର, କଲିକତା, ହାଇଦ୍ରାବାଦ, ମୁମ୍ବାଇ, କେରଳ ଆଦି ପ୍ରଦେଶରୁ ଜୀବିକା ହରାଇ ନିଜ ଘର ପାଖରେ ଛୋଟ ମୋଟ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ମାତ୍ର ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ସାଙ୍ଗକୁ ପରିବା ଦର ଅହେତୁକ ବୃଦ୍ଧି ପାଉଥିବାରୁ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ିଲାଣି । ଗରଦପୁର ବ୍ଲକ୍ ର ଚିତ୍ରୋପôଳା, ପାଇକା, ବାଘୁଣି ନଦୀର ତଟବର୍ତୀ ଜମି ଗୁଡ଼ିକରେ ପନି ପରିବା ଚାଷ ଉତ୍ସାହ ଜନକ ଭାବେ ହୋଇଥିଲା । ଏପରିକି ପାଇକା, ମହାନଦୀ ପଠାରେ କଖାରୁ ଚାଷ , ବାଘୁଣି ପାଟନଦୀର ଚଁପୁର ଠାରେ କଂଚା ଲଙ୍କାଚାଷ,ଓରିଶ, ଜିରାଳ, ବାହାକୁଦ , ଜଗନ୍ନାଥପୁର ଅଂଚଳରେ ବାଇଗଣ ସମେତ ମିଶ୍ର ପରିବା ଚାଷ କରି ଚାଷୀମାନେ ଆତ୍ମ ନିର୍ଭରଶିଳ ହେବା ସହ ବଜାର ଚାହିଦା ମେଂଟାଇଥାନ୍ତି । ହେଲେ ନିକଟରେ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷ ଜମିରେ ଥିବା ପନି ପରିବା ସବୁ ନଷ୍ଟ ହୋଇ ଯାଇଛି । ପହିଲି କାର୍ତିକରେ ବାହାରୁ ଆସୁଥିବା ପରିବା ର ମୂଲ୍ୟ ବୃଦ୍ଧି ଖାଉଟି ଙ୍କୁ ପ୍ରଭାବିତ କରିଛି । ଆଜି ଗରଦପୁର ସାପ୍ତାହିକ ହାଟରେ ଟମାଟୋ , ବିନ୍,ଭଣ୍ଡି, କାଙ୍କଡ଼, ଜହ୍ନୀ ଆଦି ପରିବା କିଲୋପ୍ରତି ୬୦ ଟଙ୍କାରେ ବିକ୍ରୀ ହେଉଥିବାବେଳେ କଲରା ଓ ପୋଟଳ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରୀ ହେଉଛି । ଆଳୁ କିଲୋ ପ୍ରତି ୧୫ ଟଙ୍କାରୁ ଅଧିକ ଥିବାବେଳେ ପିଆଜ କିଲୋପ୍ରତି ଦର ୪୫ ଟଙ୍କା ରହିଛି । ପାଂଚ ଶହ ଟଙ୍କା ନେଇ ହଙ୍କଳର ଗଲେ ବ୍ୟାଗ ବି ପୁର୍ଣ୍ଣ ହେଉନାହିଁ । ଖାଉଟି ଙ୍କ ହାଣ୍ଡି ଶାଳକୁ ଏହି ମହଙ୍ଗା ମାଡ଼ ଖୁବ ବାଧୁଥିବା ଗୃହିଣୀ ତଥା ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସରକାରୀ ଭାଵେ ଚାଞ୍ଚପଡା ଆଦର୍ଶ ଗ୍ରାମ ଘୋଷିତ

କଟକ ସଦର, ୨୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ ଵାରଦା ଗ୍ରାମ ପଞ୍ଚାୟତର ଚାଞ୍ଚପଡା ଗ୍ରାମକୁ ସରକାରୀ …

Leave a Reply

Your email address will not be published. Required fields are marked *