Monday , November 29 2021
Breaking News
Home / ବିଶେଷ / ଜିଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଜିଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଫୁଲବାଣୀ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- କନ୍ଧମାଳ ଜିଲା ପୋଲିସ ଆନୁକୁଲ୍ୟରେ ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପ ଠାରେ ଫିରିଙ୍ଗିଆ ଥାନା ତରଫରୁ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୃଷ୍ଣପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘଟାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ସଦର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ,ଫିରିଙ୍ଗିଆ ତହସିଲଦାର, ଆଇଆରବିଏନ୍ କମାଣ୍ଡାଂଟ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇଥିଲେ । ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଜୟଦୀପ ଘୋଷଙ୍କ ସହ ଜିଲା ରକ୍ତ ଦାତା ସମିତିର ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ୧୦୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଦାନ ଶିବିର ରେ ଟିମ୍ ହ୍ୟୁମାନିଟି,କେଲାପଡା ମା ପିତାବଳୀ ଅଟୋ ଚାଳକ ସଂଘ ର ୩୫ ଜଣ ଅଟୋ ଚାଳକ ଙ୍କ ସମେତ ବହୁ ବିଜେପି କର୍ମୀ ଓ ଆଖ ପାଖ ଅଂଚଳର ଲୋକ ରକ୍ତ ଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ୭୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ …

Leave a Reply

Your email address will not be published. Required fields are marked *