Saturday , August 20 2022
Breaking News
Home / ତାଜା ଖବର / କୁବେର ନିଶା ବେପାରୀ ଗିରଫ ୩୪ କେଜି ଗଞ୍ଜେଇ, ୧୦ ଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଜବତ

କୁବେର ନିଶା ବେପାରୀ ଗିରଫ ୩୪ କେଜି ଗଞ୍ଜେଇ, ୧୦ ଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଜବତ

ଖଲ୍ଲିକୋଟ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଖଲ୍ଲିକୋଟ ପୁଲିସକୁ ବଡ ସଫଳତା ମିଳିଛି। ଖଲ୍ଲିକୋଟ ଥାନା ଅଧିନ ବଡ଼ଦାଣ୍ଡ ସାହିର ଖୋଜାପାଲି ଗ୍ରାମରେ ରଜନୀକାନ୍ତ ପଟ୍ଟନାୟକଙ୍କ ଘର ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ପୋଲିସ ୭୫ ଲକ୍ଷ ଟଙ୍କା ଏବଂ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଓ ଭେଜିପୁଟ ଫାଣ୍ଡି ପୁଲିସ ଖୋଜାପାଲି ଗ୍ରାମର ବଡଦାଣ୍ଡ ସାହିରେ ରହୁଥିବା ରଜନୀକାନ୍ତ ପଟ୍ଟନାୟକଙ୍କ ବାସ ଭବନ ଉପରେ ଚଢ଼ାଉ କରିଥିଲେ। ରଜନୀକାନ୍ତ କନ୍ଧମାଳରୁ ଚୋରାରେ ଗଞ୍ଜେଇ ଆଣି ବ୍ୟବସାୟ କରୁଥିବା ବେଳେ ନିଜ ସ୍କୁଟି ଯୋଗେ ଗଂଜେଇ ଚାଲାଣ କରୁଥିବା ଖବର ପାଇ ପୋଲିସ ଏହି ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ୩୪ କେଜି ଗଞ୍ଜେଇ, ୧୦ ଗ୍ରାମ ଅଫିମ, ୭୫ ଲକ୍ଷ ୯ ହଜାର ଟଙ୍କା ଓ ୮ କେଜି ୫୯୬ ଗ୍ରାମ ସୁନା ଜବତ ହୋଇଛି। ଏହି ଚଢ଼ଉ ସମୟରେ ଅବକାରୀ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ଥିଲେ। ରଜନୀକାନ୍ତ କୁ ଗିରଫ କରାଯାଇଛି। ତେବେ ଜଣେ ଚୋରା ନିଶା ବେପାରୀ ଘରୁ ଏତେ ପରିମାଣର ନଗଦ ଟଙ୍କା ଓ ସୁନା ଜବତ ହେବା ସମସ୍ତ ଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି । ଜବତ ୮ କେଜି ୫୯୬ ଗ୍ରାମ ସୁନା ସୁନାର ମୂଲ୍ୟ କେତେ ହେବ ତାହା ସମସ୍ତେ ଆକଳନ କରିପାରିବେ । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ନମାଜ ପଡିଆ ହତ୍ୟାକାଣ୍ଡ ର ପର୍ଦାଫାସ- ମାଷ୍ଟର ମାଇଣ୍ଡି ଗିରଫ

Leave a Reply

Your email address will not be published.