Sunday , October 1 2023
Home / ରାଜନୀତି / କନ୍ଦରପୁର ମିନି ବ୍ୟାଙ୍କ୍ ଆଗରେ ଵିଜେପିର ଧାରଣା

କନ୍ଦରପୁର ମିନି ବ୍ୟାଙ୍କ୍ ଆଗରେ ଵିଜେପିର ଧାରଣା

କଟକ ସଦର, ୨୨/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ତଥା କନ୍ଦରପୁର କୃଷକ ସେଵା ସମଵାୟ ସମିତି ପରିଚାଳିତ କନ୍ଦରପୁର ମିନି ଵ୍ୟାଙ୍କରେ ହୋଇଥିଵା ଵ୍ୟାପକ ଅର୍ଥ ଘୋଟାଲାରେ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଅବିଳମ୍ବେ ତାଙ୍କର ଜମା ରାଶି ଫେରସ୍ତ କରିଵାକୁ ଦାଵି କରି କଟକ ସଦର ଵିଜେପି ପକ୍ଷରୁ ମିନି ଵ୍ୟାଙ୍କ ଫାଟକ ସମ୍ମୁଖରେ ଆଜି ଶୁକ୍ରବାର ପ୍ରତିକ ଗଣଧାରଣା ଦିଆଯାଇଥିଲା। ଏଥିରେ ସଦର ବିଜେପି ନେତା ଦିଲ୍ଲିପ ମଲ୍ଲିକ ଙ୍କ ସମେତ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା କନ୍ଦରପୁର ସମିତିର ପୂର୍ଵତନ ସଭାପତି ହୃଷିକେଶ ଜେନା, ବିଜେପି ଜିଲ୍ଲା ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ,ସଂପାଦକ ଆଲୋକ ମହାନ୍ତି,କନ୍ଦରପୁର ମଣ୍ଡଳ ସଭାପତି ଅଭୟ ସ୍ୱ।ଇଂ, ପୂର୍ବତନ ସଭାପତି ନିର୍ମଳ ଦାସ,୪୨ ମୈ।ଜା ମଣ୍ଡଳ ସଭାପତି ପିୟୁଶ ରଞ୍ଜନ ପରିଡ଼ା, ରାମଚନ୍ଦ୍ର ସାହୁ,କେଳୁ ଚରଣ ମହାଳି, ବନମାଳୀ ରାଉତ, ପ୍ରିୟରଞ୍ଜନ ରାଉଳ,ନିରଞ୍ଜନ ବେହେରା ପ୍ରମୁଖ ଵହୁ କାର୍ଯ୍ୟକର୍ତ୍ତା ଓ ଜମାକାରୀ ସାମିଲ ହୋଇଥିଲେ। ଯେ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇ ନାହାଁନ୍ତି ସେ ପର୍ଯ୍ୟନ୍ତ ବିଜେପି ତାର ଲଢେଇ ଜାରି ରଖିଵ ଵୋଲି ଦିଲ୍ଲିପ ମଲ୍ଲିକ କହିଛନ୍ତି। ଧାର୍ଯ୍ୟ ସମୟସୀମା ପୂର୍ବରୁ ଦେଶରେ ୧୦୦ କୋଟି ମାଗଣା ଟିକା ଦିଆ ଯିଵାରେ  ସ୍ୱ।ସ୍ଥ୍ୟ କର୍ମୀମାନଙ୍କ ଅବଦାନ ଵହୁତ ଥିଵାରୁ ଵିଜେପି ପ୍ରତିନିଧି ମାନେ ଧାରଣା ପୂର୍ବରୁ କନ୍ଦରପୁର ମେଡିକାଲ କୁ ଯାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *