Wednesday , December 1 2021
Breaking News
Home / ବିଶେଷ / ସାମ୍ବାଦିକ ସଂଘର ନୂତନ ଗୃହ ଉଦଘାଟନ ଓ ଗଣକବି ଜୟନ୍ତୀ ପାଳନ

ସାମ୍ବାଦିକ ସଂଘର ନୂତନ ଗୃହ ଉଦଘାଟନ ଓ ଗଣକବି ଜୟନ୍ତୀ ପାଳନ

ମାହାଙ୍ଗା,୨୧/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ବ୍ଲକ ଛତ୍ରତୋଟା ଠାରେ ବୁଧବାର “ପ୍ରିଣ୍ଟ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଆସୋସିଏସନ” ପକ୍ଷରୁ ସଂଘର ନୂତନ କାର୍ୟ୍ୟାଳୟକୁ ସ୍ଥାନୀୟ ବିଧାୟକ ତଥା ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ । ସମାଜପାଇଁ ସାମ୍ବାଦିକ ମାନଙ୍କ ଅନବରତ ସେବା ଓ ସମର୍ପଣ ଭାବନାର ପଟ୍ଟାନ୍ତର ନାହିଁବୋଲି ଅତିଥିମାନେ କହିଥିଲେ । ପ୍ରିଣ୍ଟ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ସଂଘ ପକ୍ଷରୁ ନୂତନ ଗୃହ ଉଦଘାଟନ ଓ ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜନ୍ମଜୟନ୍ତୀ ସଂଘର ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସାମ୍ବାଦିକମାନେ ସତ୍ୟ ଓ ତଥ୍ୟ ଆଧାରିତ ଜନକଲ୍ୟାଣମୂଳକ ସଂବାଦ ପରିବେଷଣ କ୍ଷେତ୍ରରେ ବୈଷ୍ଣବ ପାଣିଙ୍କ ଭଳି ନିର୍ଭୀକ ଓ ଦୁରଦୃଷ୍ଟି ସଂପନ୍ନ ହେବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ସମ୍ମାନୀତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ସମ୍ମାନିତ ବକ୍ତାଭାବେ ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ ଯୋଗଦେଇଥିଲେ । ଅତିଥିମାନେ ଗଣକବିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିବାସହ ସତ୍ୟନିଷ୍ଠ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ ସାମ୍ବାଦିକ ମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରଂଭରେ ପ୍ରେସକ୍ଲବ ସଂପାଦକ ବିଜୟ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମରେ ସାମ୍ବାଦିକ ସର୍ବଶ୍ରୀ ତୁଷାରଜ୍ୟୋତି ନାୟକ,ବିବେକାନନ୍ଦ ଦାସ, ଧନେଶ୍ୱର ସେଠୀ, ଶଶୀ ଭୂଷଣ ଷଢଙ୍ଗୀ, ହରିହର ସାହୁ, ମହେଶ୍ୱର ବେହେରା, ଦିବାକର ରାଉତ, ଅରୁଣ ଲେଙ୍କା,ଅଚ୍ୟୁତାନନ୍ଦ ନାୟକ, ଅଭିମନ୍ୟୁ ନାୟକ, ସୁରେଶ ବଳ, ରଞ୍ଜନ ବାରିକ,ବସନ୍ତ ସାମଲ,ହେମନ୍ତ ଦାସ,ପ୍ରିୟବ୍ରତ ପଣ୍ଡା,ଅନିଲ ଲେଙ୍କା, ସୁପ୍ରଭା ସାମଲ, ଇତିକାନ୍ତ ମହାନ୍ତି, ଯଯାତି ସିଂ, ରଶ୍ମି ମହାନ୍ତି,ପ୍ରଦୀପ୍ତ ମହାରଣା,ନିହାର ସାମଲ,ଦାମୋଦର ପରିଡା,ଗିରିଶ ଜେନା,ଅକ୍ଷୟ ଗୋଛାୟତ,ସଞ୍ଜୟ ମଲ୍ଲିକ,ଭାଗ୍ୟଧର ସାହୁ, ସପ୍ତଜ୍ୟୋତି ରାଉଳ, ଦେବେନ୍ଦ୍ର ଷଢଙ୍ଗୀ,ଆଦିତ୍ୟ ଷଢଙ୍ଗୀ, ଅନିଲ ମଲ୍ଲିକ, ଅଶୋକ ସାହୁ ପ୍ରମୁଖ ବହୁ ସାମ୍ବାଦିକ ଯୋଗଦେଇ ମାହାଙ୍ଗା ମାଟିର ଯୋଗଜନ୍ମା ପୁରୁଷ ଗଣକବିଙ୍କ ବୈଷ୍ଣବ ପାଣିଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ । ସାମ୍ବାଦିକ ପ୍ରଦୀପ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *