Wednesday , October 4 2023
Breaking News
Home / ବିଶେଷ / ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ସଂପନ୍ନ ହେଲା ଜଵାନଙ୍କ ଅନ୍ତିମ ସଂସ୍କାର

ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ସଂପନ୍ନ ହେଲା ଜଵାନଙ୍କ ଅନ୍ତିମ ସଂସ୍କାର

କଟକ ସଦର , ୨୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସିଆରପିଏଫ୍ ( କେନ୍ଦ୍ରୀୟ ରିଜର୍ଭ ପୋଲିସ ଵଳ) ତ୍ରିପୁରା ରେ କାର୍ୟ୍ୟରତ କନ୍ଦରପୁର ଥାନା ତଥା କନ୍ଦରପୁର ପଞ୍ଚାୟତ ଦେଧାରି ଗ୍ରାମର କୈଳାଶ ଲେଙ୍କା ଙ୍କ ଵଡ ପୁଅ ସନା ଓରଫ ରଶ୍ମି ରଞ୍ଜନ ଲେଙ୍କା ଙ୍କର ଗତ ମଙ୍ଗଳବାର ଦିନ ଅନ୍ ଡ୍ୟୁଟିରେ ମୃତ୍ୟୁ ଘଟିଥିଲା। ଆଜି ତାଙ୍କର ମରଶରୀରକୁ ଭୂଵନେଶ୍ୱର ବିମାନ ବନ୍ଦର ରୁ ସାମରିକ ଗାଡିରେ ଅଣାଯାଇ ଆଜି ଗୁରୁବାର ନିଜ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶଵ ଶୋଭାଯାତ୍ରା ରେ ଅଞ୍ଚଳର ହଜାର ହଜାର ଶୋକାକୁଳ ଜନତା ସାମିଲ୍ ହୋଇ ଶେଷ ସମ୍ମାନ ଜଣାଇ ଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ଵିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସମର ବେହେରା, ବ୍ଲକ ଆତ୍ମା ସଭାପତି ରଜନୀକାନ୍ତ ସାହୁ, କନ୍ଦରପୁର ଵଜାର କମିଟି ସଭାପତି ସ୍ମୃତି ରଞ୍ଜନ ପ୍ରଧାନ, କାଳନ୍ଦୀ ସ୍ୱ।ଇଁ, ସରପଞ୍ଚ ପ୍ରଫୁଲ୍ଲ ଭୋଇ, ପୂର୍ଵତନ ସରପଞ୍ଚ ଟୁକୁନା ରାଉତ, ଵିକାଶମଞ୍ଚ ସଭାପତି ସୁଵୋଧ ଵେହେରା, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମାନସ ରଞ୍ଜନ ପ୍ରଧାନ, ବ୍ଲକ ସଭାପତି ପ୍ରତାପ ମଲ୍ଲିକ, ଉତ୍କଳ ଵିକାଶ ପରିଷଦ ସଦର ସଭାପତି ପ୍ରକାଶ ସେଠୀ, ଵିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା ପ୍ରମୁଖ ଶତାଧିକ ବ୍ୟକ୍ତି ବିଶେଷ ଶେଷ ସମ୍ମାନ ଜଣାଇଵା ସହିତ ଶଵ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ମୃତକ ହାବିଲଦାର ଜଵାନଙ୍କୁ ସହିଦ ଘୋଷଣା କରିଵାକୁ ଅଞ୍ଚଳବାସୀ ଦାଵି ଜଣାଇଛନ୍ତି। ମୃତକ ଜଵାନଙ୍କର ୯ ଵର୍ଷର ଏକ ମାତ୍ର ପୁଅ ଥିବା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *