Friday , August 12 2022
Breaking News
Home / ବିଶେଷ / ମହମ୍ମଦଙ୍କ ଜୟନ୍ତୀରେ କେନ୍ଦ୍ରାପଡା ବିଧାୟକଙ୍କ ମନସୁର ବାବାଙ୍କ ପାଖରେ ପ୍ରାର୍ଥନା

ମହମ୍ମଦଙ୍କ ଜୟନ୍ତୀରେ କେନ୍ଦ୍ରାପଡା ବିଧାୟକଙ୍କ ମନସୁର ବାବାଙ୍କ ପାଖରେ ପ୍ରାର୍ଥନା

କେନ୍ଦ୍ରାପଡ଼ା,୨୧/୧୦/୨୦୨୧(ଓଡ଼ିଶା ସମାଚାର)- ସାରା ଦେଶରେ ମହମ୍ମଦଙ୍କ ଜୟନ୍ତୀ ପାଳନ ଅବସରରେ କେନ୍ଦ୍ରାପଡା ସହରରେ ମଧ୍ୟ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ କଟକଣା ଅନୁପାଳନ ପୂର୍ବକ ଏହି ଜୟନ୍ତୀ ପାଳିତ ହୋଇଯାଇଛି । ସଂଖ୍ୟାଲଘୁ ସଂପ୍ରଦାୟର ଭାଇ ଭଉଣୀମାନେ ନିଜ ଘରେ ରହି ନମାଜ ଓ କୋରାନ ପାଠ କରିଛନ୍ତି । ଏହି ଅବସରରେ କେନ୍ଦ୍ରାପଡା ସହରର କଚେରୀ ପାଖ ମନସୁର ବାବାଙ୍କ ପୀଠରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ପହଂଚି ବାବାଙ୍କ ନିକଟରେ ପ୍ରାର୍ଥନା କରିବା ସହ ପୀଠରେ ଚଦର ଚଢାଇଥିଲେ । ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ସେକ ଇନାୟତ(ଚନ୍ଦନ)ଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ସଂପ୍ରଦାୟର ମୈାଲାନାମାନେ ବିଧାୟକ ଶ୍ରୀ ବେହେରାଙ୍କୁ ସ୍ୱାଗତ କରିଥିଲେ । ମହାମାରୀ କରୋନା କବଳରୁ ସମଗ୍ର ମାନବ ସମାଜର ମୁକ୍ତି ପାଇଁ ବିଧାୟକ ଶ୍ରୀ ବେହେରା ମନସୁର ବାବାଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ଗୋଫ୍ରାନ, ମହମ୍ମଦ ନିଆଜ, ମୀର ଅମୀର, ରଞ୍ଜିତ ସାହୁ, ରଞ୍ଜନ କର, ମହେନ୍ଦ୍ର ମିଶ୍ର, ମୌଲାନା ଇଲାହି ବକ୍ସ, ମୀର ସଫିକ(ରିଙ୍କୁ), ସେକ ରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ …

Leave a Reply

Your email address will not be published.