Monday , November 29 2021
Breaking News
Home / ରାଜନୀତି / ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି ଯୋର୍ ଧରିଛି

ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି ଯୋର୍ ଧରିଛି

କଳାହାଣ୍ଡି ,୨୧/୧୦/୨୧ (ଓଡିଶା ସମାଚାର / ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ମଧ୍ୟ ପ୍ରତି ବାଦ କରାଯାଇଛି ।ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଠାରେ ସନସାଇନ୍ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘୋଟଣା କୁ ନେଇ ଓଡ଼ିଶା ର କୋଣ ଅନୁକୋଣରେ ଯୋରଦାର ଚର୍ଚ୍ଚା ଚାଳିଥିବା ବେଳେ ଆଦିବାସୀ ଅଞ୍ଚଳରେ ମଧ୍ୟ ଏହାକୁ ତ୍ରୀବ୍ୟ ବିରୋଧ କରାଯାଉଛି । ଏହା ଗୋଟିଏ ଯୋଜନାବଦ୍ଧ ହତ୍ୟା କାଣ୍ଡ ବୋଲି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦେଇଥିବା ବେଳେ ଏହି ଜଘନ୍ୟ ହତ୍ୟା କାଣ୍ଡ କୁ ନେଇ ଓଡ଼ିଶା ସରକାର ଉପରେ ବର୍ଷି ଛନ୍ତି କଂଗ୍ରେସ ଓ ବିଜେପି ଦଳ । ମମିତା ମେହେର ଙ୍କ ହତ୍ୟା କାଣ୍ଡ ର ମୁଖ୍ୟ ଅଭିଯୁକ୍ତ ତଥା ମାଣ୍ଟର ମାଇଣ୍ଡ ଗୋବିନ୍ଦ ସାହୁ ଙ୍କୁ ଫାଶୀ ଦଣ୍ଡାଦେଶ ଦେବା ସହିତ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି କରି ବୁଧବାର ଥୁଆମୂଳ ରାମପୁର ବ୍ଲକ ସଦରମହକୁମା ଠାରେ ବିଜେପି, ଓ କଂଗ୍ରେସ ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ କୁଶପୁତଲିକା ଦାହକରି ବିରୋଧୀ କଂଗ୍ରେସ ଓ ବିଜେପି କର୍ମୀ ମାନେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ଉପସ୍ଥିତ ରହି ଥିଲେ । ଓଡିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *