Wednesday , October 4 2023
Breaking News
Home / ବିଶେଷ / ବଡଠାକୁର ଶ୍ରୀ ଶ୍ରୀ ବଲଭଦ୍ର ମହାପ୍ରଭୁଙ୍କର ରଥ ଚକକୁ ସମ୍ବର୍ଦ୍ଧନା

ବଡଠାକୁର ଶ୍ରୀ ଶ୍ରୀ ବଲଭଦ୍ର ମହାପ୍ରଭୁଙ୍କର ରଥ ଚକକୁ ସମ୍ବର୍ଦ୍ଧନା

ନିରାକାରପୁର, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-ବଡ ଠାକୁର ଶ୍ରୀ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ପବିତ୍ର ରଥଚକଟି ଶ୍ରୀ ଜଗନ୍ନାଥ ଧାମ ପୁରୀରୁ ବାହାରି ନୂଆ ଜଗନ୍ନାଥ ସଡକ ଦେଇ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ବଡଗୋରଡା ପଂଚାୟତର ବଡଗୋରଡା ଗାଁ ରେ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ସ୍ଥାପନ କରାଯିବା ପାଇଁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଏହି ରଥ ଚକଟି ହରିହର ଦୋରାଙ୍କ ନେତୃତ୍ୱରେ ତାଙ୍କ ଗ୍ରାମ ବଡଗୋରଡା ନିଆଯାଉଥିଲା । ଜଗନ୍ନାଥ ସଡକରେ ବିଭିନ୍ନ ସ୍ଥାନରେ ଚକକୁ ସମ୍ବର୍ଦ୍ଧନା ଦିଆଯାଉଥିଲା । ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ନିରାକାରପୁରରେ ନିରାକାରପୁର ରାମଦୟା ପରିଷଦର ସମ୍ପାଦକ ଗଙ୍ଗାଧର ତ୍ରିପାଠୀଙ୍କ ନେତୃତ୍ୱରେ ପବିତ୍ର ରଥ ଚକକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ନିରାକାରପୁର ବଡ଼ବଜାରଠାରୁ ଆରମ୍ଭ କରି ଗେଟ ବଜାର, କଲେଜ ଛକ ପର୍ଯ୍ୟନ୍ତ ଏହି ଦିବ୍ୟ ରଥ ଚକକୁ ନିରାକାରପୁର ପଂଚାୟତବାସୀଙ୍କ ତରଫରୁ ଫୁଲ ମାଳ ଓ ହରିବୋଲ ହୁଳହୁଳି ଦେଇ ସ୍ୱାଗତ କରାଯାଇଥିଲା ।ଏତଦ୍ ବ୍ୟତିତ କାଶିପୁର ରଘୁନାଥ ସଂକୀର୍ତନ ମଣ୍ଡଳୀର ସଭାପତି ରମାନାଥ ଦାସ ନିଜ ସଂକୀର୍ତନ ମଣ୍ଡଳୀର ସଭ୍ୟ ଓ ସଭ୍ୟାମାନେ ବଳଭଦ୍ର ମହାପ୍ରଭୁଙ୍କର ରଥ ଚକ୍ରକୁ ବନ୍ଦାପନା କରିବା ସହିତ ନାମ ସଂକୀର୍ତନ କରି ପାଛୋଟି ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *