କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରପଡା ଜିଲ୍ଲା ଓକିଲ ସଂଘର ପୂର୍ବତନ ଉପସଭାପତି ପ୍ରଶନ୍ନ ସାମନ୍ତରାୟଙ୍କ ୫୫ବର୍ଷ ବୟସରେ ମୃତୁ୍ୟ ହୋଇଯାଇଛି । ସ୍ୱର୍ଗତ ସାମନ୍ତରାୟଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ସଂଘର ସଭାପତି ଆଶୁତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋକସଭାରେ ଓକିଲ ସଂଘର ସମ୍ପାଦକ ସେକ ଅଜିମୁଦ୍ଧିନ, କୋଷାଧ୍ୟକ୍ଷ ନିରାକାର ପ୍ରଧାନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଧ୍ରୁବ ଚରଣ ଜେନା, ଅଧିକାରୀ ପ୍ରଭାତ ଦାସ, ସରୋଜରାଜ ସିଂ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବିଭୁ ପ୍ରସାଦ ସିଂ, ରଞ୍ଜନ ପଣ୍ଡା, ଅରୁଣ ପ୍ରସାଦ ଦାସ, ମନୋଜ ସାହୁ, ନିରଞ୍ଜନ ବଳ, ଗୋବର୍ଦ୍ଧନ ରାଉତ, ସୁରେଶ ରାଉତ, ଦୁର୍ଯେ୍ୟାଧନ ସାହୁ, ମାନସ କୁମାର ମହାନ୍ତି, ପ୍ରଭାତ ପ୍ରଧାନ ପ୍ରମୁଖ ବହୁ ଆଇନଜୀବୀ ଯୋଗଦେଇ ସ୍ୱର୍ଗତ ସାମନ୍ତରାୟଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
Check Also
ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ
ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …