କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-ଶତ ପ୍ରତିଶତ ଦୃଷ୍ଟି ବାଧିତ ଭିନ୍ନକ୍ଷମ ଆଦିତ୍ୟଙ୍କ ଅଭିଯୋଗ ଉପରେ ଟାଉନ ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବଂ ତାଙ୍କ ବିରୁଦ୍ଧରେ ଏକ ୧୦୭କେଶ ଦାୟର କରିବା ନେଇ ପୋଲିସର ଉଦାସୀନତା ବିରୁଦ୍ଧରେ ଭିନ୍ନକ୍ଷମ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ସୁକାନ୍ତି ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଟାଉନ ଥାନା ଅନ୍ତର୍ଗତ ଭ୍ରମରଦିଆପାଟଣା ଗ୍ରାମର ଚେମା ମଲିିକଙ୍କ ଦୃଷ୍ଟିବାଧିତ ଭିନ୍ନକ୍ଷମ ପୁଅ ଆଦିତ୍ୟ କୁମାର ମଲିକ ଏବଂ ତାଙ୍କ ପତ୍ନୀ ସୁକାନ୍ତି ମଲିକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ ପ୍ରଦୀପ୍ତ ମଲିକ ଏବଂ ଭାଇଙ୍କ ପତ୍ନୀ ସବିତା ମଲିକ ତାଙ୍କୁ ଏବଂ ତାଙ୍କ ପତ୍ନୀ ସୁକାନ୍ତିଙ୍କୁ ମାରଧର କରିବା ସହ ବିଭିନ୍ନ ସମୟରେ ନାନା ପ୍ରକାର ହଇରାଣ ହରକତ କରିଆସୁଥିବା ସମ୍ପର୍କରେ ସେମାନେ ବାରମ୍ବର ଟାଉନ ଥାନାରେ ଅଭିଯୋଗ କରିଥିଲେବି ଅଦ୍ୟାବଧି ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପରନ୍ତୁ ଟାଉନ ଥାନା ପୋଲିସ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ସୁକାନ୍ତିଙ୍କ ନାମରେ ଏକ ୧୦୭ମାମଲା ଉପଖଣ୍ଡ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟରେ କରି ତାଙ୍କ ଭଳି ଜଣେ ଶତପ୍ରତିଶତ ଦୃଷ୍ଟିବାଧିତ ଭିନ୍ନକ୍ଷମଙ୍କୁ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ କରିଛି । ଏଣୁ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ଆଦିତ୍ୟ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଓଡ଼ିଶା ସମାଚାର
Home / ବିଶେଷ / ଦୃଷ୍ଟିବାଧିତ ଭିନ୍ନକ୍ଷମ ଆଦିତ୍ୟଙ୍କ ଅଭିଯୋଗ ଉପରେ ପୋଲିସର ଉଦାସୀନତା ବିରୁଦ୍ଧରେ ଜିଲ୍ଲାପାଳଙ୍କୁୁ ଅଭିଯୋଗ
Check Also
ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …