Friday , September 29 2023
Breaking News
Home / ବିଶେଷ /      ଚିତ୍ରୋତ୍ପଳା ମହୋତ୍ସବ କମିଟି ସମ୍ପାଦକଙ୍କ ବିୟୋଗରେ ସୃତିଚାରଣ ସଭା 

     ଚିତ୍ରୋତ୍ପଳା ମହୋତ୍ସବ କମିଟି ସମ୍ପାଦକଙ୍କ ବିୟୋଗରେ ସୃତିଚାରଣ ସଭା 

ଗରଦପୁର , ୨୧/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ  ପଂଚାୟତ ହରିଦାସପୁର ଗ୍ରାମର  ସ୍ୱର୍ଗତ ଅସିତ୍  ମହାପାତ୍ରଙ୍କ ବିୟୋଗରେ ଗତ କାଲି ସନ୍ଧ୍ୟାରେ ସ୍ୱର୍ଗତ ମହାପାତ୍ରଙ୍କ ବାସଭବନରେ ଗଙ୍ଗାଧର ପରିଡାଙ୍କ ସଭାପିତ୍ୱରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟ ଉଠାଜଳସେଚନ ବିଭାଗର ଅଧ୍ୟକ୍ଷ ଅମରେଶ ପତ୍ରୀ,ମାର୍ଶାଘାଇ ବ୍ଳକ୍ ର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ କୁମାର ଲେଙ୍କା,ଗରଦପୁର ବ୍ଳକର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ୍ କୁମାର ସାହୁ,ଯୁବନେତା ଦିିଲ୍ଲୀପ୍ ପଣ୍ଡା,ରାକେଶ ମହାପାତ୍ର,ଶାନ୍ତନୁ ନାୟକ,ମହମ୍ମୁଦା ଗ୍ରାମ କାଳିଆ ନଟବର ହାଇସ୍କୁଲ ପରିଚାଳନା କମିଟିର ସଭାପତି ଅନାଦୀ ଚରଣ ମହାନ୍ତି,ଗରଦପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦିଲ୍ଲୀପ୍ କୁମାର ସେଠୀ,ଜିଲା ଯୁବ ବିଜେଡି ସଭାପତି ରାଜେଶ  ଦାସ,ପୂର୍ବତନ ସମିତି ସଭ୍ୟ ଚିତରଞ୍ଜନ ଚୌଧୁରୀ,ନରୋତମ ପରିଡା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାପାତ୍ର ‘ଚିତ୍ରୋତ୍ପଳା ମହୋତ୍ସବ’କମିଟି ସମ୍ପାଦକ ଭାବରେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ କରିଥିବାବେଳେ, ତାଙ୍କର କେତେକ ଲୋକ ହିତକର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକାଶ ଯେ, ଗତ ୧୦ ତାରିଖ ରାତ୍ରୀରେ କିଡିନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ସ୍ୱର୍ଗତ ମହାପାତ୍ରଙ୍କର ପରଲୋକ ଘଟିଥିଲା ।   ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *