Sunday , November 28 2021
Home / ପର୍ଯ୍ୟଟନ ଓ ସଂସ୍କୃତି / କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଂଘର ବୈଠକ

କେନ୍ଦ୍ରାପଡା ଜିଲ୍ଲା କଳା ସଂସ୍କୃତି ସଂଘର ବୈଠକ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା କଳା ସଂସ୍କୃତି ସଂଘର ଏକ ବୈଠକ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଲୋକକଳା ସଂଘର ଦୃଢୀକରଣ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଲୋକକଳାର ପ୍ରଚାର ପ୍ରସାର ତଥା ଓଡିଆ ଜନମାନସରେ ଉଜ୍ଜୀବିତ ରଖିବା ନିମନ୍ତେ ଜିଲ୍ଲା ଲୋକକଳା ସଂଘ ଓ କଳାକାରମାନଙ୍କ ଉନ୍ନତି କରିବା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇବା ସହ ନିଷ୍ପତି ଗ୍ରହଣ କରାଯାଇଥିଲା । ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଚଳିତ ନଭେମ୍ବରମାସରେ କଳାକାରମାନଙ୍କ ଦୁଇ ଦିନିଆ ତାଲିମ ଶିବିର “ଆମ ଲୋକକଳା ଆମ ସଂସ୍କୃତି” ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି, ବ୍ଲକ ଓ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିସହିତ ଲୋକକଳା ଗ୍ରାମର ଦୃଢୀକରଣ ପାଇଁ ବିଭିନ୍ନ ନିଷ୍ପତିି ଗ୍ରହଣ କରାଯାଇଥିଲା । ନଭେମ୍ବରମାସରେ ଲୋକକଳାରେ ଆଦର୍ଶ ଜିଲ୍ଲା ଢେଙ୍କାନାଳ ଜିଲ୍ଲାକୁ ଅନ୍ୟ ଜିଲ୍ଲାର ଉପସଭାପତିମାନେ ପରିଦର୍ଶନରେ ଯାଇ ସଂଘର ସୁପରିଚାଳନା, କାର୍ଯ୍ୟଦକ୍ଷତା ଓ ଯୋଗାଯୋଗ ପଦ୍ଧତି ଉପରେ ଶିକ୍ଷା ଲାଭକରି ନିଜ ଜିଲ୍ଲାରେ ପ୍ରୟୋଗ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲାର ସମସ୍ତ ଉପସଭାପତି ଯୋଗଦେଇଥିବା ବେଳେ କେତେକ କଳାକାର ମଧ୍ୟ ଯୋଗଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତନ୍ମୟ କୁମାର ଜେନା ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଗଗନ ବିହାରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଉପସଭାପତି ଓ କଳାକାରମାନଙ୍କୁ ଲୋକକଳା ସଂଘର ପରିଚାଳନା ଓ ସାଂଗଠନିକ କାର୍ଯ୍ୟଦକ୍ଷତା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଡିସେମ୍ବର ୧ରୁ

ଦର୍ଶକଙ୍କୁ ଆକୃଷ୍ଟ କରିବ ସାହିତ୍ୟ ଓ ଚିତ୍ରକଳାର ଯୁଗଳବନ୍ଦୀ କୋଣାର୍କ / ଭୁବନେଶ୍ୱର ,୧୩/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ପର୍ଯ୍ୟଟନ ବିଭାଗ …

Leave a Reply

Your email address will not be published. Required fields are marked *