Monday , September 25 2023
Breaking News
Home / ବିଶେଷ / କେଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ବିତ

କେଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ବିତ

କଳାହାଣ୍ଡି ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କାର୍ୟ୍ୟରେ ଅବହେଳା ପାଇଁ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଆଇଆଇସି ଡମୁ ପରଜା ନିଲମ୍ବିତ ହୋଇଛନ୍ତି ।ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ଆଇଆଇସି ଡମୁ ପରିଜାଙ୍କୁ ନିଲମ୍ବନ କରିଥିବା  କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍ ଙ୍କ ସୂଚନା। ସୂଚନା ଅନୁସାରେ ଗତ ୮ ତାରିଖରେ ମମିତା ମେହେର ଯେତେବେଳେ ନିଖୋଜ ହୋଇଗଲେ, ତାଙ୍କ ପରିବାରର ଏତଲା ଦେବା କୁ କେଗାଁ ଥାନାକୁ ଯାଇଥିଲେ। କିନ୍ତୁ ଆଇଆଇସି ଡମୁ ପରିଜା ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖି ନଥିଲେ। ଫଳରେ ପରିବାର ଲୋକଙ୍କୁ ହତାଶ ହୋଇ ଫେରିବାକୁ ପଡ଼ିଥିଲା। କର୍ତବ୍ୟରେ ଅବହେଳା ପାଇଁ ଆଇଆଇସି ଡମୁ ପରଜାଙ୍କ ବିରୁଦ୍ଧରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *