Wednesday , December 1 2021
Breaking News
Home / ବିଶେଷ / କିଶନନଗର ପୋଲିସର ଅଜଵ ନିତୀ ପାଇଁ ପାରାଵିଲ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

କିଶନନଗର ପୋଲିସର ଅଜଵ ନିତୀ ପାଇଁ ପାରାଵିଲ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

କଟକ ସଦର , ୨୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ପାରାଵିଲ ଗଜଲକ୍ଷ୍ମୀ ପୂଜା ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ କିଶନନଗର ଥାନା ଅଧିକାରିଣୀଙ୍କ ଅଜଵ ନିତି ପାଇଁ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ପ୍ରକାଶ ଯେ ମୂର୍ତ୍ତି ର ଉଚ୍ଚତା ୪ ଫୁଟ ମଧ୍ୟରେ ସିମୀତ ରଖାଯାଇ ପରଦା ଆଢୁଆଳରେ ପୂଜାର୍ଚ୍ଚନା କରାଯାଇ, ସାଜସଜ୍ଜା,ତୋରଣ ଆଦିକୁ ସଂପୂର୍ଣ୍ଣ ଵାତିଲ କରାଯାଇଛି। ହେଲେ ଥାନା ଅଧିକାରିଣୀ ଅଯଥାରେ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ବୁଧବାର ଥାନାକୁ ଡକାଇ ନେଇ ତହସିଲଦାର ଙ୍କ ଠାରୁ ଅନୁମତି ନଆଣିଲେ ପୂଜା ବନ୍ଦ କରିଵାକୁ ଧମକ ଦେଇଥିଲେ। ଏଥିପାଇଁ ଗୁରୁବାର ଦିନ ପୁଣି କର୍ମକର୍ତ୍ତା ମାନେ କିଶନନଗର ତହସିଲଦାରଙ୍କ ଠାରୁ ଅନୁମତି ପାଇଁ ଯାଇଥିବା ଵେଳେ ଏତେ ଵଡ ଦଶହରାରେ ତ ଅଞ୍ଚଳରେ କାହାରିକି ଅନୁମତି ଦିଆ ଯାଇ ନଥିଵା କହି ଫେରାଇ ଦେଇଥିଲେ । ଦଶହରାରେ ଯଦି ଵିନା ଅନୁମତିରେ ପୂଜା କାର୍ୟ୍ୟ କଟକଣା ମଧ୍ୟରେ ସମାପ୍ତ ହୋଇ ପାରିଲା ତେଵେ ଆଇଆଇସି ଉଦ୍ଦେଶ୍ୟମୂଳକ ଭାଵେ କାହା ଚାପରେ ଅନୁମତି ପାଇଁ ଲୋକଙ୍କୁ ବାଧ୍ୟ କରୂଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *