Friday , September 29 2023
Breaking News
Home / ସ୍ୱାସ୍ଥ୍ୟ / କରୋନା ମୃତକଙ୍କ ପରିବାରକୁ ସହାୟତା ପ୍ରକ୍ରିୟା ଆରମ୍ଭ, ତାଲିକାରେ କଟକ ଜିଲ୍ଲାର ୭୬୦ ଜଣ

କରୋନା ମୃତକଙ୍କ ପରିବାରକୁ ସହାୟତା ପ୍ରକ୍ରିୟା ଆରମ୍ଭ, ତାଲିକାରେ କଟକ ଜିଲ୍ଲାର ୭୬୦ ଜଣ

କଟକ ସଦର,୨୧/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ପ୍ରାଥମିକ ପର୍ୟ୍ୟାୟରେ କଟକ ଜିଲ୍ଲାର ୭୬୦ ଜଣ କରୋନାରେ ମୃତ୍ୟୁ ଵରଣ କରିଥିଵା ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିଵାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଆହୁରି ତାଲିକାରେ ସାମିଲ ହେଵା ମୃତ ବ୍ୟକ୍ତିଙ୍କ ପରିବାରକୁ ଏହି ସରକାରୀ ସହାୟତା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି। ପ୍ରକାଶ ଯେ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ରାଜ୍ୟ ବିପର୍ୟ୍ୟୟ ପରିଚାଳନା କମିଟି ପାଣ୍ଠିରୁ କରୋନା ମୃତକଙ୍କ ପରିଵାରକୁ ୫୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଵେ। କରୋନାରେ ସଂକ୍ରମିତ ହୋଇ ଯେ କୌଣସି କାରଣରୁ ମାସକ ମଧ୍ୟରେ ମୃତ୍ୟୁ ଘଟିଥିଲେ ଏହି ସହାୟତା ଦିଆଯିବ। କୋଭିଡରେ ଆକ୍ରାନ୍ତ ହୋଇ ୩୦ ଦିନ ଭିତରେ ଡାକ୍ତରଖାନା କିମ୍ବା ଘରେ ମୃତ୍ୟୁଵରଣ କରିଥିବା ବ୍ୟକ୍ତିଙ୍କ ଉତ୍ତରାଧିକାରୀଏହି ସହାୟତା ରାଶି ପାଇଵାକୁ ଯୋଗ୍ୟ ବିବେଚିତ ହେଵେ। ଏହାଛଡା କୋଭିଡରେ ଆକ୍ରାନ୍ତ ହୋଇ ୩୦ ଦିନ ଭିତରେ ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରିଥାଆନ୍ତି ତେଵେ ତାଙ୍କର ଉତ୍ତରାଧିକାରୀ ଙ୍କୁ ମଧ୍ୟ ଏହି ସହାୟତା ପାଇପାରିବେ। ଯଦି ଦୂର୍ଘଟଣା ଜନିତ ପରିସ୍ଥିତିରେ କୋଭିଡ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରିଥିଲେ ମଧ୍ୟ ସେମାନଙ୍କ ପରିବାର ଏହି ସହାୟତା ପାଇବା ନିମନ୍ତେ ହକଦାର ହେଵେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଯଦି ମୃତ୍ୟୁ ପ୍ରମାଣପତ୍ର ରେ ଯଦି କୌଣସି ସନ୍ଦେହ କିମ୍ବା ଅଭିଯୋଗ ଥାଏ ତେଵେ ମୃତକଙ୍କ ପରିବାରବର୍ଗ ଜିଲ୍ଲାସ୍ତରୀୟ କମିଟି ନିକଟରେ ଅଭିଯୋଗ କରିପାରିବେ। ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେଵାକୁ ଜିଲାପାଳ ଓ ଜିଲ୍ଲାର ମୂଖ୍ୟ ଚିକିତ୍ସା ଅଧିକାରୀ ( ସିଡିଏମଓ) ଙ୍କ କାର୍ୟ୍ୟାଳୟରେ ଏକ ସହାୟତା କେନ୍ଦ୍ର ଖୋଲାଯିଵାକୁ ନିଷ୍ପତ୍ତି ହୋଇଛି। ଉକ୍ତ ସହାୟତା କେନ୍ଦ୍ରରେ ମୃତକଙ୍କ ପରିବାର ଲୋକେ ଆବଶ୍ୟକ କାଗଜପତ୍ର ସହ ଆବେଦନ କରିପାରିବେ ବୋଲି କଟକ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡା. ସତ୍ୟଵ୍ରତ ଛୋଟରାୟ ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *