କଳାହାଣ୍ଡି ,୨୧/୧୦/୨୦ (ଓଡିଶା ସମାଚାର /ସଂଜୟ ସିଂହ)- ଭବାନୀପାଟଣା/ସ୍ଥାନୀୟ ଗାନ୍ଧୀ ଛକ ଠାରେ ମମିତା ହତ୍ୟା କାରୀ ଆସାମୀ ଗୋବିନ୍ଦ ସାହୁ ଙ୍କୁ ଆଜୀବନ କାରାଦଣ୍ଡ ଓ ତାଙ୍କୁ ସହଯୋଗ କରୁଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଭବାନୀପାଟଣା ଟାଉନ୍ କଂଗ୍ରେସ ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ସିଦ୍ଧାର୍ଥ ନାୟକ ଅଧ୍ୟକ୍ଷତା କରିଥିବା ବେଳେ କାର୍ୟକାରୀ ସଭାପତି ସରୋଜ ବାଗ୍ ମଞ୍ଚ ପରିଚାଳନା କରିଥିଲେ। ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାରୀ ସେହି ବିଦ୍ୟାଳୟ ର ମାଲିକ ତଥା ସଭାପତି ଗୋବିନ୍ଦ ସାହୁ ହତ୍ୟା କାରୀ ଓ ତାକୁ ସହଯୋଗ କରୁଥିବା ତଥା ଯାହାର ଛତ୍ର ଛାୟା ଏତେବଡ଼ ଘଟଣା ଘଟି ଯାଇଛି ସେହି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ବହିଷ୍କାର ଦାବିରେ ବକ୍ତାମାନେ ରାଜ୍ୟ ସରକାର ଓ ମନ୍ତ୍ରୀ ଦିବ୍ୟ ଶଙ୍କର ବିରୁଦ୍ଧରେ କଟୁ ସମାଲୋଚନା କରି ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେବାକୁ କହିଥିଲେ। ଏହି ସଭାରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ସାଧାରଣ ସମ୍ପାଦକ ବ୍ରଜ ସାହୁ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହି, ରାଜ୍ୟ ଯୁବ ସମ୍ପାଦକ ମହମ୍ମଦ ସାହେବ୍, ଆଦିବାସୀ ନେତା ପରମାନନ୍ଦ ମାଝୀ, ନଗର କାର୍ୟକାରୀ ସଭାପତି ସରୋଜ ବାଗ୍, ଉପ ସଭାପତି ପ୍ରିତମ୍ ବେହେରା, ପୂର୍ବତନ କାଉନସିଲର ସୁକାନ୍ତ ବିଶୀ, ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଜୟଦେବ ନାୟକ, ମହିଳା ନେତ୍ରୀ ଯୋଗେଶ୍ୱରି ଧଙ୍ଗଡା ମାଝୀ, ସଦର ବ୍ଲକ ସଭାପତି ସୁବାସ ପ୍ରଧାନ, ମନ୍ଦାକିନୀ ବାଣୁଆ, ରେହେମତ ଅଲି ଖାଁ, ଜିଲ୍ଲା ଛାତ୍ର କଂଗେସ ସଭାପତି ସୁଶାନ୍ତ ପ୍ରଧନୀ, ଯଜ୍ଞାସେନି ନାୟକ ପ୍ରମୁଖ ଉଦବୋଧନ ଦେଇ ହତ୍ୟାକାରୀ ଗୋବିନ୍ଦ ସାହୁ ଙ୍କୁ ଫାଶୀ ଓ ମନ୍ତ୍ରୀ ଙ୍କ ବହିଷ୍କାର ଦାବି କରିଥିଲେ। ଓଡିଶା ସମାଚାର
