Sunday , October 1 2023
Home / ବିଶେଷ / ଶ୍ରୀ ବଳଦେବଜୀଉଙ୍କ ଅନନ୍ତ ବେଶ 

ଶ୍ରୀ ବଳଦେବଜୀଉଙ୍କ ଅନନ୍ତ ବେଶ 

କେନ୍ଦ୍ରାପଡ଼ା,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଅରିଲୋ ଆଶ୍ରମର ବାବା ବଳିଆଙ୍କ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ମଙ୍ଗଳାର ଶ୍ରୀ ବଳଦେବଜୀଉଙ୍କ ଚର୍ତୁଦଶ ବାର୍ଷିକ ଅନନ୍ତ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତୁ୍ୟଷରୁ ଶ୍ରୀ ଜୀଉଙ୍କର ପହୁଡ ଫିଟିବାପରେ ଆଳତି କରାଯାଇ ନୀତିସ୍ନାନ କରାଯାଇଥିଲା । ଏହାପରେ ଦିଅଁମାନଙ୍କୁ ନୂତନ ଅଙ୍ଗବସ୍ତ୍ରରେ ସଜ୍ଜିତ କରାଯାଇ ବାବା ବଳିଆଙ୍କ ପକ୍ଷରୁ ଦିଅଁଙ୍କ ପାଦରେ ଏକହଜାର ଆଠଶହ ତୁଳସୀ ଅର୍ପଣ କରାଯାଇଥିଲା । ମଧ୍ୟାହ୍ନରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଏକ ହଜାରରୁ ଅଧିକ ଭକ୍ତଙ୍କୁ ଅନ୍ନ ପ୍ରସାଦ ଓ କ୍ଷୀରିପିଠା ବଂଟନ କରାଯାଇଥିôଲା । ସନ୍ଧ୍ୟାରେ ଦିଅଁମାନଙ୍କୁ ଅନନ୍ତ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶ ଦେଖିବାପାଇଁ ମନ୍ଦିର ପରିସରରେ  ଭକ୍ତଙ୍କ ସମାବେଶ ହୋଇଥିଲା । ପ୍ରତିବର୍ଷ ଏହି ଦିବସରେ ବାବା ବଳିଆ ବଳଦେବ ତତ୍ୱଉପରେ ଦୁଇଘଂଟା ଧରି ପ୍ରବଚନ ଦେଇଥାନ୍ତି । କିନ୍ତୁ ବାହାରେ ଥିବାରୁ ଚଳିତ ବର୍ଷ ବାବା ବଳିଆ ମନ୍ଦିରକୁ ଆସିପାରିନଥିଲେ । ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ  ଗୋପ ରାମ ମନ୍ଦିରର ତତ୍ୱାବଧାରକ ବାବାଜୀ କମଳାକାନ୍ତ ଦାସ, ଗୁରୁ କୃଷ୍ଣ ବାବା, ଶ୍ରୀଚରଣ ରାଉତ, ଇଂ ଜ୍ଞାନଦେବ ବେହୁରା  ଓ ଅରିଲୋ ଆଶ୍ରମର ଅନ୍ତେବାସୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *