Monday , November 29 2021
Breaking News
Home / ରାଜନୀତି / ମମତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଆଇନ୍ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ କଟକ ନଗର ଭାଜପା ପକ୍ଷରୁ ବିକ୍ଷୋଭ

ମମତା ମେହେର ହତ୍ୟା ଘଟଣାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଆଇନ୍ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ କଟକ ନଗର ଭାଜପା ପକ୍ଷରୁ ବିକ୍ଷୋଭ

କଟକ ସଦର, ୨୦/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କୁ ଦୂଷ୍କର୍ମ ଓ ନିର୍ମମ ହତ୍ୟା ଘଟଣାରେ ସଂପୃକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିଵ୍ୟଶଙ୍କର ମିଶ୍ର ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସଂପୃକ୍ତି ଥିଵା ଅଭିଯୋଗ କରି ସେମାନଙ୍କୁ ଦଳରୁ ବହିସ୍କାର ଓ ଗିରଫ ଦାବିରେ ଆଜି ବୁଧବାର କଟକ ବାଦାମବାଡ଼ି ଟ୍ରାଫିକ ଛକ ଠାରେ ବିକ୍ଷୋଭ, ରାସ୍ତାରୋକ ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗର ବିଜେପି ସଭାପତି ଲଲାଟେନ୍ଦୁ ଵଡୁଙ୍କ ନେତୃତ୍ୱରେ ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମି ରେଖା ଦାସ, ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର

 

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *